ସରିଲା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ନିର୍ବନ୍ଧ, ବିବାହକୁ ଆଉ ୯ ଦିନ ବାକି

ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ନିର୍ବନ୍ଧ ସରିଛି। ଶନିବାର ନିଜ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଗହଣରେ ଭେଙ୍କଟ ଦତ୍ତାଙ୍କ ସହ ନିର୍ବନ୍ଧ କରିଛନ୍ତି ଏହି ବ୍ୟାଡମିଣ୍ଟନ ତାରକା। ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ। ପିଭି ସିନ୍ଧୁ ନିର୍ବନ୍ଧ ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି। କହିବାକୁ ଗଲେ ଗତ ରବିବାର ଲକ୍ଷ୍ନୌରେ ସୟୈଦ ମୋଦୀ ଇଣ୍ଟରନ୍ୟାସନାଲରେ ସିନ୍ଧୁ ଟାଇଟଲ ଜିତିବାର କିଛି ଦିନ ପରେ ହିଁ ତାଙ୍କର ବିବାହ ତାରିଖ ସାମ୍‌ନାକୁ ଆସିସାରିଥିଲା। ସୂଚନାଥାଉକି, ସିନ୍ଧୁ ହାଇଦ୍ରାବାଦର ଭେଙ୍କଟ ଦତ୍ତା ସାଈଙ୍କୁ ବିବାହ କରିବେ। ସାଈ ପୋସାଇଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସିନ୍ଧୁ ସଚିନ ତେନ୍ଦୁଲକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିବାହ ପାଇଁ ଆମନ୍ତ୍ରିତ କରିବାର ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ସିନ୍ଧୁ ଭାରତର ସବୁଠୁ ବଡ଼ ପ୍ରତିଷ୍ଠିତ ଖେଳାଳିଙ୍କ ମଧ୍ୟରୁ ଜଣେ। ୨୦୧୯ରେ ଗୋଲ୍ଡ ମେଡାଲ ସହ ସେ ବିଶ୍ବ ଚାମ୍ପିୟନସିପ୍‌ରେ ୫ଟି ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ ଅଲିମ୍ପିକରେ ସିଲଭର ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଚାମ୍ପିୟନ ବ୍ୟାଡମିଣ୍ଟନ ଖେଳାଳି ରିଓ ୨୦୧୬ ଏବଂ ଟୋକିଓ ୨୦୨୦ରେ ଲଗାତାର ଅଲିମ୍ପିକ ପଦକ

ସରିଲା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ନିର୍ବନ୍ଧ, ବିବାହକୁ ଆଉ ୯ ଦିନ ବାକି

ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ନିର୍ବନ୍ଧ ସରିଛି। ଶନିବାର ନିଜ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଗହଣରେ ଭେଙ୍କଟ ଦତ୍ତାଙ୍କ ସହ ନିର୍ବନ୍ଧ କରିଛନ୍ତି ଏହି ବ୍ୟାଡମିଣ୍ଟନ ତାରକା। ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ। ପିଭି ସିନ୍ଧୁ ନିର୍ବନ୍ଧ ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି। କହିବାକୁ ଗଲେ ଗତ ରବିବାର ଲକ୍ଷ୍ନୌରେ ସୟୈଦ ମୋଦୀ ଇଣ୍ଟରନ୍ୟାସନାଲରେ ସିନ୍ଧୁ ଟାଇଟଲ ଜିତିବାର କିଛି ଦିନ ପରେ ହିଁ ତାଙ୍କର ବିବାହ ତାରିଖ ସାମ୍‌ନାକୁ ଆସିସାରିଥିଲା। 

ସୂଚନାଥାଉକି, ସିନ୍ଧୁ ହାଇଦ୍ରାବାଦର ଭେଙ୍କଟ ଦତ୍ତା ସାଈଙ୍କୁ ବିବାହ କରିବେ। ସାଈ ପୋସାଇଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସିନ୍ଧୁ ସଚିନ ତେନ୍ଦୁଲକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିବାହ ପାଇଁ ଆମନ୍ତ୍ରିତ କରିବାର ଦେଖିବାକୁ ମିଳିଥିଲା। 

ଉଲ୍ଲେଖଯୋଗ୍ୟ, ସିନ୍ଧୁ ଭାରତର ସବୁଠୁ ବଡ଼ ପ୍ରତିଷ୍ଠିତ ଖେଳାଳିଙ୍କ ମଧ୍ୟରୁ ଜଣେ। ୨୦୧୯ରେ ଗୋଲ୍ଡ ମେଡାଲ ସହ ସେ ବିଶ୍ବ ଚାମ୍ପିୟନସିପ୍‌ରେ ୫ଟି ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ ଅଲିମ୍ପିକରେ ସିଲଭର ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଚାମ୍ପିୟନ ବ୍ୟାଡମିଣ୍ଟନ ଖେଳାଳି ରିଓ ୨୦୧୬ ଏବଂ ଟୋକିଓ ୨୦୨୦ରେ ଲଗାତାର ଅଲିମ୍ପିକ ପଦକ ଜିତିଥିଲେ ଏବଂ ୨୦୧୭ରେ କ୍ୟାରିୟରର ସର୍ବଶ୍ରେଷ୍ଠ ବିଶ୍ବ ରାଙ୍କିଂ ନମ୍ବର ୨ ହାସଲ କରିଥିଲେ।