ଦୁର୍ଘଟଣା ଗାଡିରୁ ଲୁହା ପାଇପ ଚୋରି ଅଭିଯୋଗରେ ୩ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଳ ଜାତୀୟ ରାଜପଥ ୫୩ ରେ ଏକ ଦୁର୍ଘଟଣା ଟ୍ରକ ରୁ ୫୫ଟି ଲୁହା ପାଇପ ଚୋରି ଅଭିଯୋଗରେ ଆଜି ଜମନକିରା ପୋଲିସ ସମ୍ବଲପୁର ଧନକଉଡ଼ା ର ଉମାଶଙ୍କର ସାହୁ(୨୮), ହୀରାକୁଦ କୁଦୋପଡ଼ା ଲାରପାଙ୍କ ର ଅଜୟ କିଷାନ (୩୨) ଏବଂ ଯୁଯୁମୁରା ପଟୁଆବାହାଲ ମନବୋଧ ପ୍ରଧାନ (୩୨) ପ୍ରମୁଖ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର […] The post ଦୁର୍ଘଟଣା ଗାଡିରୁ ଲୁହା ପାଇପ ଚୋରି ଅଭିଯୋଗରେ ୩ କୋର୍ଟ ଚାଲାଣ appeared first on Odisha.News.

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଳ ଜାତୀୟ ରାଜପଥ ୫୩ ରେ ଏକ ଦୁର୍ଘଟଣା ଟ୍ରକ ରୁ ୫୫ଟି ଲୁହା ପାଇପ ଚୋରି ଅଭିଯୋଗରେ ଆଜି ଜମନକିରା ପୋଲିସ ସମ୍ବଲପୁର ଧନକଉଡ଼ା ର ଉମାଶଙ୍କର ସାହୁ(୨୮), ହୀରାକୁଦ କୁଦୋପଡ଼ା ଲାରପାଙ୍କ ର ଅଜୟ କିଷାନ (୩୨) ଏବଂ ଯୁଯୁମୁରା ପଟୁଆବାହାଲ ମନବୋଧ ପ୍ରଧାନ (୩୨) ପ୍ରମୁଖ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ପୋଲିସ ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ଠାରୁ ଏଥିରେ ବ୍ୟବହୃତ ହୋଇଥିବା ୨ ଟି ଆପୋ ମୋବାଇଲ, ଗୋଟିଏ ଟୟୋଟା ଏଟିଅସ (ଓଡ଼ି ୧୬ ୫୩୫୨), ଚଲାନ ଓ ସମୃକ୍ତ କାଗଜାତି ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ଏକ ଟ୍ରକ ମେଶର୍ଷ ରଶ୍ମି ମେଟଲିକ୍ସ ର ଲୁହା ପାଇପ ନେଇ ଖଡ଼ଗପୁର କୁ ଯାଉଥିଲା। ତେବେ ଟ୍ରକ୍ ଟି ଗୌଡପାଳି ଫାଣ୍ଡି କଦଳିପାଲ ଜାତୀୟ ରାଜପଥ ଠାରେ ଦୁର୍ଘଟଣା ହୋଇଥିଲା। ଉକ୍ତ ଟ୍ରକ୍ ରେ ଲୁହା ପାଇପ ଲୋଡ୍ ହୋଇଥିବା ବେଳେ ଦୁର୍ଘଟଣାରେ ଟ୍ରକ୍ ରୁ ପାଇପ ବିଛେଇ ହୋଇ ଯାଇଥିଲା। ଏହାର ସୁଯୋଗ ନେଇ ଉମାଶଙ୍କର, ମନବୋଧ ଏବଂ ଅଜୟ ମିଶି ଅନ୍ୟ ଏକ ଟ୍ରକ କୁ ନିଜ ମାଲ୍ କହି ଟ୍ରାନ୍ସପୋର୍ଟ ରୁ ଡକେଇ ଲୋଡ କରି ନେଇ ଲକ୍ଷେ ରୁ ଅଧିକ ଟଙ୍କାରେ ବିକ୍ରି କରି ଦେଇଥିଲେ। ଏନେଇ ରଶ୍ମି ମେତାଲିକ୍ସ ର ଅଧିକାରୀ ଥାନାରେ ଏତଲା ଦେଲା ପରେ ପୋଲିସ ପକ୍ଷରୁ ଛାନଭିନ କରି ଲୁହା ପାଇପ ଜବତ କରି ତିନି ଜନକୁ କୋର୍ଟ ଚାଲାଣ କରିଥିଲେ।
The post ଦୁର୍ଘଟଣା ଗାଡିରୁ ଲୁହା ପାଇପ ଚୋରି ଅଭିଯୋଗରେ ୩ କୋର୍ଟ ଚାଲାଣ appeared first on Odisha.News.