ଭୂକମ୍ପରେ ଥରିଲା ଆଫଗାନିସ୍ତାନ, କ୍ଷୟକ୍ଷତି ନେଇ ମିଳିନି ସୂଚନା
ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଆଜି ଅର୍ଥାତ୍ ବୁଧବାର ଆଫଗାନିସ୍ତାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) କହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୨୧କିଲୋମିଟର (୭୫ମାଇଲ) ଗଭୀରତାରେ ଥିଲା । ପ୍ରବଳ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ […] The post ଭୂକମ୍ପରେ ଥରିଲା ଆଫଗାନିସ୍ତାନ, କ୍ଷୟକ୍ଷତି ନେଇ ମିଳିନି ସୂଚନା appeared first on KNews Odisha.

ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଆଜି ଅର୍ଥାତ୍ ବୁଧବାର ଆଫଗାନିସ୍ତାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) କହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୨୧କିଲୋମିଟର (୭୫ମାଇଲ) ଗଭୀରତାରେ ଥିଲା । ପ୍ରବଳ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।
ଗତ ମାସରେ ମଧ୍ୟ ମାର୍ଚ୍ଚ ୨୯ ତାରିଖରେ ଆଫଗାନିସ୍ତାନରେ ଭୂକମ୍ପ ଅନୁମୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୪.୭ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାବୁଲ ନିକଟରେ ଥିଲା । ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।
ମାର୍ଚ୍ଚ ୨୯ ପୂବର୍ରୁ, ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପର ପ୍ରବଳ ଛଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା । ବିଳମ୍ବିତ ରାତିରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ, ଅନେକ ଲୋକ ଘରୁ ବାହାରକୁ ଦୌଡ଼ି ପଳାଇ ଆସୁଥିବାର ଦେଖାଯାଇଥିଲା ।
ଆଫଗାନିସ୍ତାନରେ ଭୂକମ୍ପ କାହିଁକି ହୁଏ?
ଆଫଗାନିସ୍ତାନ ହିମାଳୟ ଟେକ୍ଟୋନିକ୍ ପ୍ଲେଟ୍ ନିକଟରେ ଅବସ୍ଥିତ । ଯେଉଁଠାରେ ଭାରତୀୟ ପ୍ଲେଟ ଏବଂ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ଧକ୍କା ଲାଗି ରହିଥାଏ । ଏହି ଧକ୍କା ଯୋଗୁଁ ଆଫଗାନିସ୍ତାନରେ ବାରମ୍ବାର ଭୂମିକମ୍ପ ହୋଇଥାଏ ।
The post ଭୂକମ୍ପରେ ଥରିଲା ଆଫଗାନିସ୍ତାନ, କ୍ଷୟକ୍ଷତି ନେଇ ମିଳିନି ସୂଚନା appeared first on KNews Odisha.