ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ…

ବେଲଗୁଣ୍ଠା,୯ା୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକଙ୍କ ବାଇକ୍‌ ଜଣେ ନାବାଳକଙ୍କ ଦେହରେ ଲାଗିଯିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନାବାଳକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ବାଇକ୍‌ ଚାଳକଙ୍କୁ ଏକ ଛୁରିରେ ଆକ୍ରମଣ କରିଛନ୍ତି। ଏନେଇ ବାଇକ୍‌ ଚାଳକ ଗାଙ୍ଗପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଧରି ନେଇ ଛତ୍ରପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଛି। ସେଠାରୁ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଖବରରୁ […] The post ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ… appeared first on Dharitri Odia News.

ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ…

ବେଲଗୁଣ୍ଠା,୯ା୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକଙ୍କ ବାଇକ୍‌ ଜଣେ ନାବାଳକଙ୍କ ଦେହରେ ଲାଗିଯିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନାବାଳକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ବାଇକ୍‌ ଚାଳକଙ୍କୁ ଏକ ଛୁରିରେ ଆକ୍ରମଣ କରିଛନ୍ତି। ଏନେଇ ବାଇକ୍‌ ଚାଳକ ଗାଙ୍ଗପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଧରି ନେଇ ଛତ୍ରପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଛି। ସେଠାରୁ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।

ଖବରରୁ ଜଣାପଡିଛି, ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ୍‌ ଝାଡ଼ବନ୍ଧ ଗ୍ରାମରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ଶୋଭାଯାତ୍ରାରେ ଆସିଥିବା ଭଞ୍ଜନଗର ଥାନା ଯୋଗିମାରୀ ଗ୍ରାମର ରବି ସେଠୀଙ୍କ ବାଇକ୍‌ଟି ଝାଡ଼ବନ୍ଧ ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳକଙ୍କ ଦେହରେ ଲାଗିଯାଇଥିଲା। ଫଳରେ ତାଙ୍କ ମୋବାଇଲ୍‌ଟି ତଳେ ପଡ଼ିଯାଇଥିଲା। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ ଛୁରି ଆଣି ରବିଙ୍କ ବାମ ଜଙ୍ଘକୁ ଭୁସି ଦେଇଥିଲେ। ଏଥିରେ ରବି ଆହତ ହୋଇଥିଲେ। ତାଙ୍କ ବାମ ଜଙ୍ଘରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକେ ରବିଙ୍କୁ ଉଦ୍ଧାର କରି ଆସିକା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଏନେଇ ରବି ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୧୪୭/୨୫) ରୁଜୁ କରିଥିଲା। ଏସ୍‌ଆଇ ଆର୍ତ୍ତତ୍ରାଣ ଦାନି ଘଟଣାର ତଦନ୍ତ କରି ନାବାଳକଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହଜାର କରିଥିଲେ ବୋଲି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କହିିଛନ୍ତି। ସୂଚନାଯୋଗ୍ୟ, ରବିଙ୍କ ଶ୍ୱଶୁର ଘର ଝାଡ଼ବନ୍ଧରେ ବୋଲି ଜଣାପଡିଛି।

The post ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ… appeared first on Dharitri Odia News.