ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା
ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାକୁ ଥିବା ବେଳେ ସେଥିରେ ରୋହିତ ଯାଉ ନାହାନ୍ତି ବୋଲି ବିସିସିଆଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ରୋହିତ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ସେ ଭାରତରେ ରହିବେ। ନଭେମ୍ବର ତୃତୀୟ ସପ୍ତାହରେ ରୋହିତଙ୍କ ପତ୍ନୀ ରୀତିକା ସନ୍ତାନ ଜନ୍ମ ଦେବେ ବୋଲି ଜଣାପଡିଛି। ଆଲୋଚନା ହେଉଥିଲା କି […] The post ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାକୁ ଥିବା ବେଳେ ସେଥିରେ ରୋହିତ ଯାଉ ନାହାନ୍ତି ବୋଲି ବିସିସିଆଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
ରୋହିତ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ସେ ଭାରତରେ ରହିବେ। ନଭେମ୍ବର ତୃତୀୟ ସପ୍ତାହରେ ରୋହିତଙ୍କ ପତ୍ନୀ ରୀତିକା ସନ୍ତାନ ଜନ୍ମ ଦେବେ ବୋଲି ଜଣାପଡିଛି। ଆଲୋଚନା ହେଉଥିଲା କି ରୋହିତ ଟିମ୍ ସହିତ ଯାତ୍ରା କରିପାରନ୍ତି, କିନ୍ତୁ ସେ ଯାଉ ନଥିବା ସ୍ପଷ୍ଟ ହୋଇଛି।
ଯେହେତୁ ରୋହିତ ଟିମ୍ ସହିତ ଯାତ୍ରା କରୁ ନାହାନ୍ତି, ତେଣୁ ପ୍ରଥମ ଟେଷ୍ଟରେ ତାଙ୍କର ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ନଭେମ୍ବର ୨୨ ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳିବ। ଏହି ମ୍ୟାଚ୍ ସିରିଜର ଭାଗ୍ୟ ନିର୍ଦ୍ଧାରଣ କରିବ।
ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ହାରିବା ପରେ ଭାରତ ଏବେ ପ୍ରବଳ ଚାପରେ ରହିଛି। ଏପରିକି ଗୋଟିଏ ପରାଜୟ ମଧ୍ୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାରୁ ଦୁରେଇ ରଖିବ। ସୂଚନା ଅନୁସାରେ ରୋହିତ ବିସିସିଆଇର ୬ ଘଣ୍ଟିଆ ବୈଠକରେ ଯୋଗ ଦେଇଥିଲେ। ଯାହା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତିନୋଟି ଯାକ ମ୍ୟାଚ୍ ହାରିବା ପରେ ବିସିସିଆଇ ଡକାଇଥିଲା।
The post ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା appeared first on Dharitri Odia News.