ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ…

ନୂଆଦିଲ୍ଲୀ,୧ା୮: ଆମ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଦେଶର ହାରାହାରି ବୟସ ମାତ୍ର ୨୯ ବର୍ଷ। ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ୍‌। ଅଧା ଜନସଂଖ୍ୟା ୨୫ […] The post ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ… appeared first on Dharitri Odia News.

ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ…

ନୂଆଦିଲ୍ଲୀ,୧ା୮: ଆମ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଦେଶର ହାରାହାରି ବୟସ ମାତ୍ର ୨୯ ବର୍ଷ। ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ୍‌। ଅଧା ଜନସଂଖ୍ୟା ୨୫ ବର୍ଷରୁ କମ୍‌।

ଆମର ନେତା କିମ୍ବା ପ୍ରତିନିଧିମାନେ ଏତେ ଯୁବକ କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେତେବେଳେ ପ୍ରଥମ ଲୋକ ସଭା ନିର୍ବାଚନ ହେଲା, ସେତେବେଳେ ଲୋକ ସଭାର ୨୬ ପ୍ରତିଶତ ଲୋକ ୪୦ ବର୍ଷରୁ କମ୍‌ ଥିଲେ। ୧୭ତମ ଲୋକ ସଭାର କେବଳ ୧୨ ପ୍ରତିଶତ ନେତା ୪୦ ବର୍ଷରୁ କମ୍‌ ଥିଲେ।

ସେ କହିଛନ୍ତି, ‘ଆମ ଦେଶ ଯୁବକ ହେବା ସହିତ ସମାନ ଅନୁପାତରେ ନିର୍ବାଚିତ ପ୍ରତିନିଧିମାନେ ଯୁବକମାନଙ୍କଠାରୁ ଦୂରେଇ ଯାଉଛନ୍ତି। ଆଜି ଆମ ଯୁବ ଦେଶ ବୃଦ୍ଧ ରାଜନେତାଙ୍କ ଦ୍ୱାରା ପରିଚାଳିତ ହେଉଛି। ଯେଉଁଠାରେ ଦେଶରେ ଯୁବ ରାଜନେତାଙ୍କ ଆବଶ୍ୟକତା ରହିଛି।’

ସେ କହିଛନ୍ତି, ଆମ ଦେଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ୨୫ ବର୍ଷ। ଲୋକ ସଭା ହେଉ କିମ୍ବା ବିଧାନସଭା। ଆପଣଙ୍କ ମାଧ୍ୟମରେ ମୁଁ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ବୟସ ୨୫ରୁ ୨୧ବର୍ଷକୁ ହ୍ରାସ କରନ୍ତୁ। ଯଦି ଜଣେ ୨୧ ବର୍ଷ ବୟସ୍କ ଯୁବକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ତେବେ ତାଙ୍କୁ ଅନୁମତି ମିଳିବା ଉଚିତ୍‌। ଯେତେବେଳେ ୧୮ ବର୍ଷ ବୟସ୍କ ଯୁବକ ଦେଶରେ ସରକାର ଚୟନ କରିପାରିବେ ତେବେ ସେମାନେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ?

The post ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ… appeared first on Dharitri Odia News.