ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ…
କୋଲକାତା,୧୫ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ ସରକାରୀ ହସ୍ପିଟାଲରେ ଜଣେ ରୋଗୀଙ୍କ ସମ୍ପର୍କୀୟାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, କୋଲକାତା ସରକାରୀ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ଅସୁସ୍ଥ ପୁଅ ପାଖରେ ଶୋଇଥିବା ବେଳେ ତନୟ ପାଲ୍ ନାମକ ସ୍ବାସ୍ଥ୍ୟକର୍ମୀ ସେଠାକୁ ଯାଇଥିଲେ। […] The post ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ… appeared first on Dharitri Odia News.
କୋଲକାତା,୧୫ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ ସରକାରୀ ହସ୍ପିଟାଲରେ ଜଣେ ରୋଗୀଙ୍କ ସମ୍ପର୍କୀୟାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, କୋଲକାତା ସରକାରୀ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ଅସୁସ୍ଥ ପୁଅ ପାଖରେ ଶୋଇଥିବା ବେଳେ ତନୟ ପାଲ୍ ନାମକ ସ୍ବାସ୍ଥ୍ୟକର୍ମୀ ସେଠାକୁ ଯାଇଥିଲେ। ସେ ଅନୁଚିତ ଭାବେ ମହିଳାଙ୍କୁ ସ୍ପର୍ଶ କରିବା ସହ ତାଙ୍କ ପୋଷାକ ଖୋଲିଥିଲେ। ଏଥିସହିତ ସେ ନିଜ ମୋବାଇଲ ଫୋନ୍ରେ ଉକ୍ତ ଘଟଣାକୁ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ପାଲ୍ଙ୍କୁ ଗିରଫ କରିଛି। ତାଙ୍କ ମୋବାଇଲ ଫୋନ୍କୁ ପୋଲିସ ଜବତ କରି ଫୋରେନ୍ସିକ ପରୀକ୍ଷା ପାଇଁ ପଠାଇଛି।
The post ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ… appeared first on Dharitri Odia News.