ଆପୋଲୋରେ ବିଶ୍ୱ କର୍କଟ ଦିବସ
ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ବିଶ୍ୱ କକର୍ଟ ଦିବସ ପାଳିତ ହୋଇଯାଇଛି। ଏପରିକି ଆପୋଲୋ କ୍ୟାନ୍ସର ସେଣ୍ଟର,ଆଇସିଏମ୍ଆର, ଆଇଏମ୍ଏ ଏବଂ ଏସ୍ଓଏର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ନୂତନ ଅଭିଯାନ ‘ ୟୁନିଫାଏ ଟୁ ନୋଟିଫାଏ-ଅନ୍ କ୍ୟାନ୍ସର ଡେ’ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସିଓଓ ଏବଂ ଡିଏମ୍ଏସ୍ ଡା. ଆଲୋକ ଶ୍ରୀବାସ୍ତବ କହିଥିଲେ, ଆମେ ସଚେତନ […] The post ଆପୋଲୋରେ ବିଶ୍ୱ କର୍କଟ ଦିବସ appeared first on Dharitri Odia News.
ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ବିଶ୍ୱ କକର୍ଟ ଦିବସ ପାଳିତ ହୋଇଯାଇଛି। ଏପରିକି ଆପୋଲୋ କ୍ୟାନ୍ସର ସେଣ୍ଟର,ଆଇସିଏମ୍ଆର, ଆଇଏମ୍ଏ ଏବଂ ଏସ୍ଓଏର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ନୂତନ ଅଭିଯାନ ‘ ୟୁନିଫାଏ ଟୁ ନୋଟିଫାଏ-ଅନ୍ କ୍ୟାନ୍ସର ଡେ’ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସିଓଓ ଏବଂ ଡିଏମ୍ଏସ୍ ଡା. ଆଲୋକ ଶ୍ରୀବାସ୍ତବ କହିଥିଲେ, ଆମେ ସଚେତନ ହେଲେ ସୁସ୍ଥ ରହିବା ସହିତ ଶାରୀରିକ ଭାବେ ସକ୍ଷମ ହୋଇପାରିବା। ଏହି ଅଭିଯାନ ମଧ୍ୟ ଜନସଚେତନତାର ପ୍ରମୁଖ ମାଧ୍ୟମ ପାଲଟିବ। ସେହିଭଳି ଆଇଏମ୍ଏର ଭୁବନେଶ୍ୱର ଶାଖା ସମ୍ପାଦକ ଡା . ପ୍ରତ୍ୟୁଷ ରାୟ କହିଥିଲେ, ରୋଗୀ ସେବା ଓ ରୋଗର ନିରାକରଣ ପାଇଁ ଆମେ ସବୁ ସ୍ତରରେ ସଚେତନା ଓ ସର୍ତକତା ଅବଲମ୍ବନ କରିବାକୁ ପରାର୍ମଶ ଦେବା ସହ ଉତ୍ତମ ସେବା ପ୍ରତି ମଧ୍ୟ ଯତ୍ନବାନ୍ ହେବା ଆବଶ୍ୟକ ରହିଛି। ସେହିପରି ଆଇସିଏମ୍ଆର୍ର ବୈଜ୍ଞାନିକ ଡା. ଜ୍ୟୋତିର୍ମୟୀ ଏବଂ ଓଏସ୍ଏର ସଦସ୍ୟ ଡା. ଭାଗ୍ୟଲକ୍ଷ୍ମୀ ନାୟକ କର୍କଟ ରୋଗ ଓ ନିରାକରଣ ଏବଂ ସତର୍ତକତା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
The post ଆପୋଲୋରେ ବିଶ୍ୱ କର୍କଟ ଦିବସ appeared first on Dharitri Odia News.