ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ…
ଭୁବନେଶ୍ୱର,୫ା୫: ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଭିନ୍ନ ଶାଖା/ସେଲ୍ ପାଇଁ ଏହି ଦାୟିତ୍ୱଗୁଡ଼ିକ ବଣ୍ଟନ କରାଯାଇଛି। ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ ଥାଇ ଦଳ ଗୁରୁ ଦାୟିତ୍ୱ ପ୍ରଦାନ କରିଛି। ବିଜୁ କୃଷକ ସାମୁଖ୍ୟ ଦାୟିତ୍ୱରେ ପ୍ରସନ୍ନ ଆଚାର୍ଯ୍ୟ ଥିବାବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ୱରେ ଅନଙ୍ଗ ଉଦୟ ସିଂଦେଓ ରହିଛନ୍ତି। ସେହିପରି ବିଜେଡି କୋ-ଅପରେଟିଭ ସେଲ୍ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରହିଛନ୍ତି। ବିଜେଡି […] The post ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ… appeared first on Dharitri Odia News.
ଭୁବନେଶ୍ୱର,୫ା୫: ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଭିନ୍ନ ଶାଖା/ସେଲ୍ ପାଇଁ ଏହି ଦାୟିତ୍ୱଗୁଡ଼ିକ ବଣ୍ଟନ କରାଯାଇଛି। ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ ଥାଇ ଦଳ ଗୁରୁ ଦାୟିତ୍ୱ ପ୍ରଦାନ କରିଛି। ବିଜୁ କୃଷକ ସାମୁଖ୍ୟ ଦାୟିତ୍ୱରେ ପ୍ରସନ୍ନ ଆଚାର୍ଯ୍ୟ ଥିବାବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ୱରେ ଅନଙ୍ଗ ଉଦୟ ସିଂଦେଓ ରହିଛନ୍ତି।
ସେହିପରି ବିଜେଡି କୋ-ଅପରେଟିଭ ସେଲ୍ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରହିଛନ୍ତି। ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ର, ବିଜେଡି ମତ୍ସ୍ୟଜୀବୀ ସେଲ୍ ଦାୟିତ୍ବରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆଦିବାସୀ ସେଲ୍- ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ୍- ଦେବାଶିଷ ସାମନ୍ତରାୟ -ଓବିସି ସେଲ୍- ଅରୁଣ ସାହୁ, ଏସ୍ସି ସେଲ୍- ମହେଶ ସାହୁ, ବିଜେଡି ଆଇଟି ସେଲ୍ ଏବଂ ସୋସିଆଲ ମିଡିଆ ସେଲ୍ ପାଇଁ ଅମର ପଟ୍ଟନାୟକ ରହିଛନ୍ତି।
ଆହୁରି ପଢ଼ନ୍ତୁ…
୬ ଜିଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ
The post ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ… appeared first on Dharitri Odia News.