କମିନି ଡାକସେବାର ଗୁରୁତ୍ୱ

ପ୍ରତିବର୍ଷ ଅକ୍ଟୋବର ୯ରେ ସାରା ବିଶ୍ୱରେ ବିଶ୍ୱ ଡାକ ଦିବସ ପାଳନ କରାଯାଏ। ଭାରତରେ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଡାକ ସପ୍ତାହ ଭାବରେ ପାଳନ କରାଯାଏ। ଡାକ ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ଡାକ ସେବାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୧୮୭୪, ଅକ୍ଟୋବର ୯ରେ ସ୍ବିଜରଲାଣ୍ଡରେ ୨୨ଟି ଦେଶର ଭାଗିଦାରୀରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ (ୟୁପିୟୁ) ପ୍ରତିଷ୍ଠା ହୋଇଥିଲା। ଏହି ଅନୁଷ୍ଠାନ ଡାକ ବିଭାଗ ଏବଂ ଡାକ ସେବା ପାଇଁ କାର୍ଯ୍ୟ […] The post କମିନି ଡାକସେବାର ଗୁରୁତ୍ୱ appeared first on Dharitri Odia News.

କମିନି ଡାକସେବାର ଗୁରୁତ୍ୱ

ପ୍ରତିବର୍ଷ ଅକ୍ଟୋବର ୯ରେ ସାରା ବିଶ୍ୱରେ ବିଶ୍ୱ ଡାକ ଦିବସ ପାଳନ କରାଯାଏ। ଭାରତରେ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଡାକ ସପ୍ତାହ ଭାବରେ ପାଳନ କରାଯାଏ। ଡାକ ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ଡାକ ସେବାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୧୮୭୪, ଅକ୍ଟୋବର ୯ରେ ସ୍ବିଜରଲାଣ୍ଡରେ ୨୨ଟି ଦେଶର ଭାଗିଦାରୀରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ (ୟୁପିୟୁ) ପ୍ରତିଷ୍ଠା ହୋଇଥିଲା। ଏହି ଅନୁଷ୍ଠାନ ଡାକ ବିଭାଗ ଏବଂ ଡାକ ସେବା ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ଅନ୍ତର୍ଜାତୀୟ ଅନୁଷ୍ଠାନ ଥିଲା। ୧୯୬୯ରେ ୟୁପିୟୁ ବୈଠକରେ ପ୍ରତିବର୍ଷ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୮୭୬ରେ ଭାରତ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ସଦସ୍ୟ ହୋଇଥିଲା। ସଦସ୍ୟତା ନେବାରେ ଭାରତ ପ୍ରଥମ ଏସୀୟ ଦେଶ ଥିଲା।
ବିଶ୍ୱ ଡାକ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ ସେବାର ମହତ୍ତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା। ଡାକ ସେବା କେବଳ ଚିଠି ଓ ବାର୍ତ୍ତା ଆଦାନ ପ୍ରଦାନ କରେ ନାହିଁ, ବରଂ ସାମାଜିକ ଓ ଅର୍ଥନୈତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ସମଗ୍ର ବିଶ୍ୱ ଡିଜିଟାଲ ହେଉଥିବା ବେଳେ ଡାକ ସେବାର ଗୁରୁତ୍ୱ କମିନାହିଁ। ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ପହଞ୍ଚାଇବାରେ ସକ୍ଷମ ହେଉଛି।
ଚଳିତ ବର୍ଷ ବିଶ୍ୱ ଡାକ ଦିବସ ୨୦୨୪ର ବାର୍ତ୍ତା ହେଉଛି ‘୧୫୦ ବର୍ଷର ଯୋଗାଯୋଗକୁ ସକ୍ଷମ କରିବା ଏବଂ ଲୋକମାନଙ୍କୁ ସଶକ୍ତ କରିବା’। ଏହି ଦିନ ଆମକୁ ମନେ ପକାଇ ଦେଉଛି ଯେ ଯଦିଓ ବୈଷୟିକ ଉନ୍ନତି ଯୋଗାଯୋଗର ନୂତନ ମାଧ୍ୟମ ପ୍ରଦାନ କରିଛି, ତଥାପି ଡାକ ସେବାର ଗୁରୁତ୍ୱ କେବେ ବି ହ୍ରାସ ପାଇବ ନାହିଁ।

The post କମିନି ଡାକସେବାର ଗୁରୁତ୍ୱ appeared first on Dharitri Odia News.