ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି

ନନ୍ଦିଘୋଷ ବ୍ୟୁରୋ: ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି।  ଢେଙ୍କାନାଳ କଙ୍କଡାହାଡ଼ ଥାନା... The post ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି appeared first on .

ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି

ନନ୍ଦିଘୋଷ ବ୍ୟୁରୋ: ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି।  ଢେଙ୍କାନାଳ କଙ୍କଡାହାଡ଼ ଥାନା ବାଲିସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ଜେଜେ ମାଆ ଶ୍ରୀମତୀ ବେୱା। ଶାଶୁକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମାଆ । ଗୁରୁତର ଅବସ୍ଥାରେ ମାଆ ଚମ୍ପା ସିଂହଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲିସାହି ଗାଁର ଲିକୁ ସିଂହ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଜେଜେମାଆଙ୍କୁ ଟଙ୍କା ମାଗିଥିଲା  । ଟଙ୍କା ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ କାଠଫାଳିଆରେ ଜେଜେମାଙ୍କୁ ମାଡ଼ ମାରିଥିଲା । ମନ ଶାନ୍ତି ନହେବାରୁ ଜେଜେମାଆ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

The post ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି appeared first on .