ରାଶିଫଳ: ଗୁରୁବାର, ଅଗଷ୍ଟ ୮ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ପ୍ରେରଣା ଲାଭକରି ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ବିବାଦୀୟ ପରିବେଶରେ ମଧ୍ୟସ୍ଥତାପୂର୍ବକ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହେବ। ଆର୍ଥିକ ଅଭିବୃଦ୍ଧିଜନିତ କୌଣସି ନୂତନ ଯୋଜନାରମ୍ଭ ସକାଶେ ମନ ବଳାଇପାରନ୍ତି। ବୃଷ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବା ସହ ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତଥା କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। […] The post ରାଶିଫଳ: ଗୁରୁବାର, ଅଗଷ୍ଟ ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଅଗଷ୍ଟ ୮ ତାରିଖ – Daily Horoscope
ମେଷ
ଆଜି ବନ୍ଧୁଙ୍କ ପ୍ରେରଣା ଲାଭକରି ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ବିବାଦୀୟ ପରିବେଶରେ ମଧ୍ୟସ୍ଥତାପୂର୍ବକ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହେବ। ଆର୍ଥିକ ଅଭିବୃଦ୍ଧିଜନିତ କୌଣସି ନୂତନ ଯୋଜନାରମ୍ଭ ସକାଶେ ମନ ବଳାଇପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବା ସହ ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତଥା କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଭାଇଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ନିର୍ମାଣ, ବାଣିଜ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତିର ଆଶାରହିଛି।
ମିଥୁନ
ମିଥୁନ
କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ମଧ୍ୟ ନୂତନ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ନିଜ ପରିସରରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଯାନବାହନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଜମିଜମା କାରବାର, କଳକାରଖାନା କାମରେ ଲାଭବାନ୍‌ ହେବେ।
କର୍କଟ
କର୍କଟ
ପାରିବାରିକ ସମସ୍ୟା ସମାଧାନରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରୁ ମାନସିକ ସାନ୍ତ୍ଵନା ମିଳିବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ସଭାସମିତିରେ ଆଜିର ଆଲୋଚନା ଫଳପ୍ରଦ ହେବାର କ୍ଷୀଣ ଆଶା ରହିଛି।
ସି˚ହ
ସି˚ହ
ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। କଠିନଶ୍ରମ ଓ ବିଶ୍ରାମର ଅଭାବ ଜନିତ ପୁରାତନ ରୋଗର ପୀଡ଼ା ବୃଦ୍ଧି ଘଟିପାରେ। ଆଖିରେ ନଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ପରିବାରର ଆବଶ୍ୟକତାନୁଯାୟୀ ଗୃହୋପକରଣ କ୍ରୟ କରିପାରନ୍ତି। ଆକସ୍ମିକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଅନ୍ୟମାନଙ୍କ ପ୍ରରୋଚନାରେ ପଡି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବିଭିନ୍ନ କ୍ଷେତ୍ରରୁ ନିଜଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିପାରେ। ଭାବୁଥିବା ବିଷୟଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ବିଛା
ବିଛା
ପ୍ରତ୍ୟେକ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତି ରହିବାର ସୂଚନା ରହିଛି। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ଧନୁ
ଧନୁ
ସତର୍କତା କିମ୍ବା ଅନ୍ୟମନସ୍କତା କାରଣରୁ ଧନ ହାନି ଘଟି ପାରେ। ନିକଟତମ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ଅନୁଭବ କରିବେ। ଅଫିସିଆଲି କାମ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାର ସୂଚନା ରହିଛି। ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅର୍ଥ ସଂକଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରେସ୍‌, ପବ୍ଲିକେଶନରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ। ଈର୍ଷାପରାୟଣତା ମନୋଭାବ ହେତୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହୋଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟର ଆଶଙ୍କା ରହିଛି। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନମୀନ

ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସଫଳ ହେବେ। ପ୍ରତିଯୋଗିତା, କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତରେ ସଫଳତା ହାସଲ କରିବେ। ଆତ୍ମୀୟମାନଙ୍କ ସାହାଯ୍ୟ ଫଳରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଅସ୍ଥିରତା ପ୍ରକାଶ ନ କରି ଧୈର୍ଯ୍ୟର ସହ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ।

The post ରାଶିଫଳ: ଗୁରୁବାର, ଅଗଷ୍ଟ ୮ ତାରିଖ – Daily Horoscope appeared first on Dharitri Odia News.