ପିଲାଙ୍କର ପାଠପଢାରେ ମନ ଲାଗୁନି କି? ଜାଣନ୍ତୁ କେମିତି ଏକାଥରକେ ପାଠ ରହିବ ମନେ…
ପିଲାଙ୍କର ପାଠପଢାରେ ମନ ଲାଗୁନି? ଏକାଗ୍ରତା ଆସୁନି? ଘରେ ବାସ୍ତୁଦୋଷ ଥିଲେ ଏଭଳି ସମସ୍ୟା ଦେଖାଦିଏ ବୋଲି ବାସ୍ତୁବିଦ୍ କୁହନ୍ତି। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍ ଜାଣନ୍ତୁ ସେ ସମ୍ପର୍କରେ… *ବାସ୍ତୁଶାସ୍ତ୍ର ଅନୁଯାୟୀ, ପିଲାଙ୍କ ବେଡ୍ରୁମ୍ ପଶ୍ଚିମ ଦିଗରେ ରହିଲେ ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ। * ପିଲାଙ୍କ ବେଡ୍ରୁମ୍ର କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ସହ କବାଟର ଠିକ୍ ବିପରୀତ ଦିଗରେ ଝରକା ରହିଲେ ଅତି […] The post ପିଲାଙ୍କର ପାଠପଢାରେ ମନ ଲାଗୁନି କି? ଜାଣନ୍ତୁ କେମିତି ଏକାଥରକେ ପାଠ ରହିବ ମନେ… appeared first on Dharitri Odia News.
ପିଲାଙ୍କର ପାଠପଢାରେ ମନ ଲାଗୁନି? ଏକାଗ୍ରତା ଆସୁନି? ଘରେ ବାସ୍ତୁଦୋଷ ଥିଲେ ଏଭଳି ସମସ୍ୟା ଦେଖାଦିଏ ବୋଲି ବାସ୍ତୁବିଦ୍ କୁହନ୍ତି। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍ ଜାଣନ୍ତୁ ସେ ସମ୍ପର୍କରେ…
*ବାସ୍ତୁଶାସ୍ତ୍ର ଅନୁଯାୟୀ, ପିଲାଙ୍କ ବେଡ୍ରୁମ୍ ପଶ୍ଚିମ ଦିଗରେ ରହିଲେ ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ।
* ପିଲାଙ୍କ ବେଡ୍ରୁମ୍ର କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ସହ କବାଟର ଠିକ୍ ବିପରୀତ ଦିଗରେ ଝରକା ରହିଲେ ଅତି ଉତ୍ତମ ହୋଇଥାଏ।
* ସବୁଜ ରଙ୍ଗ ପିଲାଙ୍କ ରୁମ୍ ପାଇଁ ଶୁଭ। ଏହା ଶାନ୍ତି ପ୍ରଦାନ କରିବା ସହ ସେମାନଙ୍କ ମନରେ ସକାରାତ୍ମକ ଭାବନା ଆଣିଥାଏ।
* ପିଲାଙ୍କ ବେଡ୍କୁ ରୁମ୍ର ଦକ୍ଷିଣ ପାର୍ଶ୍ୱରେ ପକାଇବା ଦରକାର। ସେ ପୁଣି କାନ୍ଥକୁ ନ ଲାଗି କାନ୍ଥରୁ ଟିକେ ଛାଡିକି ରଖିଲେ ଭଲ।
* ସେହିପରି ଶୋଇବା ସମୟରେ ପିଲାଙ୍କ ମୁଣ୍ଡ ପୂର୍ବ ଦିଗକୁ ରହିଲେ ସେମାନଙ୍କର ସ୍ମରଣ ଶକ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।
* ଅନ୍ୟପକ୍ଷେ ପିଲାଙ୍କ ରୁମ୍ରେ ଷ୍ଟଡି ଟେବୁଲ୍କୁ ଏପରି ରଖିବା ଦରକାର, ଯେମିତିକି ସେଥିରେ ବସି ପଢିବା ସମୟରେ ପିଲାଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହୁଥିବ। କୁହାଯାଏ, ଏପରି କଲେ ପିଲାଙ୍କର ପଢା ପ୍ରତି ଏକାଗ୍ରତା ବଢିଥାଏ।
The post ପିଲାଙ୍କର ପାଠପଢାରେ ମନ ଲାଗୁନି କି? ଜାଣନ୍ତୁ କେମିତି ଏକାଥରକେ ପାଠ ରହିବ ମନେ… appeared first on Dharitri Odia News.