ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ପାଉ ନ ଥିବେ। କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହେବେ। ବୃଷ କୃତ୍ତିକା ନକ୍ଷତ୍ର ସକାଶେ ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ। ପ୍ରତ୍ୟେକ ସମ୍ବେଦନଶୀଳ କଥାରେ ଭାବପ୍ରବଣତା ପରିହାର ନ କଲେ ସମସ୍ୟା ଭିତରକୁ […] The post ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope
ମେଷ
ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ପାଉ ନ ଥିବେ। କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହେବେ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ସକାଶେ ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ। ପ୍ରତ୍ୟେକ ସମ୍ବେଦନଶୀଳ କଥାରେ ଭାବପ୍ରବଣତା ପରିହାର ନ କଲେ ସମସ୍ୟା ଭିତରକୁ ଟାଣିହୋଇଯିବେ। ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ବାସ୍ଥ୍ୟ ଦିଗରୁ ସତର୍କତାର ଆବଶ୍ୟକତା ପଡିବ ନାହିଁ।
ମିଥୁନ
ମିଥୁନ
ଆକସ୍ମିକ କଳହ ସୃଷ୍ଟି ଯୋଗୁ ନିଜ ଲୋକମାନେ ଦୂରେଇ ଯିବା ସମ୍ଭାବନା ରହିଛି। ମୃଗଶିରା ନକ୍ଷତ୍ର ସକାଶେ ରୋଗପୀଡା, ଶତ୍ରୁତା ଓ ଧାର କରଜ ଚିନ୍ତାକୁ ବଢାଇବ। ଅବଶ୍ୟ କର୍ମ କ୍ଷେତ୍ର, ଯାନବାହନ, ଦୋକାନ ବାଡି, ସଭା ସମିତିରୁ ଉପକୃତ ହେବେ। ପ୍ରତ୍ୟେକ ସମୟରେ କିଛି ନା କିଛି କାରଣକୁ ନେଇ ଟେନଶନ୍‌ ଲାଗିରହିବ।
କର୍କଟ
କର୍କଟ
ପୂର୍ବ ବିବାଦକୁ ନେଇ ନିଜର ଲୋକମାନେ ଶତ୍ରୁତା କରିପାରନ୍ତି। ପୁଷ୍ୟା ନକ୍ଷତ୍ର ସକାଶେ ଧନହାନି କିମ୍ବା ଅର୍ଥକୁ କେନ୍ଦ୍ରକରି କଳହର ମାତ୍ରା ବଢି ଯାଇପାରେ। ବିବାଦୀୟ ପରିସ୍ଥିତି ଉପୁଜିଥିବା ଯୋଗୁ ସଭାରେ ଆଲୋଚନା ଅସମାପ୍ତ ରହିପାରେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବାର ଆଶା ରହିଛି।
ସି˚ହ
ସି˚ହ
ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ର ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହିପାରିବେ ନାହିଁ। କଚେରି ମାମଲା ମନ୍ଥର ହେବାରୁ ମନ ଉଦ୍‌ବେଗ ରହିବ। କୌଣସି କ୍ଷେତ୍ରରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବ ନାହିଁ। ଷ୍ଟେସନାରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡି ମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ।
କନ୍ୟା
କାର୍ଯ୍ୟକ୍ଷେତ୍ରରେ କାମ ସମ୍ପନ୍ନ ସକାଶେ ଶାରୀରିକ ଅସାମର୍ଥ୍ୟତା ପ୍ରକାଶ ପାଇବ। ହିତାକାଂକ୍ଷୀଙ୍କ ସାହାଯ୍ୟ ମନୋଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିପାରେ। ତଥାପି ଚିତ୍ରା ନକ୍ଷତ୍ରର ଅଧିକାଂଶ ସମୟ ମନରେ ଆଶଙ୍କା ଓ ଅସ୍ଥିରତା ଲାଗିରହିବ। ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗିରହିବା ଫଳରେ ମଘାର ଚିନ୍ତା ବଢିଯାଇପାରେ।
ତୁଳା
ତୁଳା
ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମଗୁଡିକ ଗୋଳମାଳିଆ ଧରିପାରେ। ବହୁଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ବିଶାଖା ନକ୍ଷତ୍ର ବିବାଦୀୟ ଘଟଣାରେ ବିଜୟଲାଭ କରିପାରନ୍ତି।
ବିଛା
ବିଛା
ମନରେ ବିଭିନ୍ନ ଭାବନା ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ। କେତୁଗ୍ରହ ଏକାଦଶସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭ ନୁହେଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତିରେ ପ୍ରଶଂସିତ ହେବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି।
ଧନୁ
ଧନୁ
ସହନଶୀଳତାର ଅଭାବଜନିତ ସତର୍କରେ ନ ଚଳିଲେ ବିବାଦରେ ପଡିବେ। ନବମସ୍ଥ ସପ୍ତମାଧିପତି ଯୋଗୁ ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ନିକଟରେ ରହୁଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହ ଜନକ ହୋଇପାରେ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ, କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ମହିଳାମାନେ ଖୁସି ଖବରଟିଏ ପାଇବେ।
ମକର
ମକର
ଆଜିର କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ଶ୍ରବଣା ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆଜିର ଗ୍ରହ ସ୍ଥିତି ପ୍ରଭାବରେ ମନ ଯେମିତି ଚାହୁଁଛି ସେମିତି କାମ କରିବାରେ ଅସୁବିଧା ରହିବ ନାହିଁ। ଧାର୍ମିକ ଅନୁଷ୍ଠାନ, ସଭାସମିତି, ପ୍ରଶାସନିକ ସ୍ତରରେ ଆଲୋଚନା ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବା ଆଶଙ୍କା ରହିଛି।
ମୀନମୀନ

ନିରପେକ୍ଷ ବିଚାର ସାଙ୍ଗକୁ ସୁସଂଯତ କାର୍ଯ୍ୟକଳାପରୁ ସନ୍ତୋଷ ପାଇବେ। ସାମୟିକ କୌଣସି ଜିନିଷର ଅଭାବଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଶିଳ୍ପ, ପ୍ରକଳ୍ପ ପ୍ରଭୃତି ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ରେବତୀ ନକ୍ଷତ୍ରର ଘର କଥା ମନକୁ ଆଲୋଡ଼ିତ କରିବାରୁ ଅଶାନ୍ତି ରହିପାରନ୍ତି।

The post ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope appeared first on Dharitri Odia News.