ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା
ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ମହିଳାଙ୍କ ସ୍ବାମୀଙ୍କୁ ଏକ ଚୋରି ମାମଲାରେ ପୋଲିସ ଉଠାଇ ଆଣିଥିଲା। ହେଲେ ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ଥାନାରେ ପହଞ୍ଚି ଥିଲେ। ଥାନା ଆଗରେ ମହିଳା ଜଣକ ତାଙ୍କ ସ୍ବାମୀ […] The post ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା appeared first on Dharitri Odia News.
ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ମହିଳାଙ୍କ ସ୍ବାମୀଙ୍କୁ ଏକ ଚୋରି ମାମଲାରେ ପୋଲିସ ଉଠାଇ ଆଣିଥିଲା। ହେଲେ ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ଥାନାରେ ପହଞ୍ଚି ଥିଲେ। ଥାନା ଆଗରେ ମହିଳା ଜଣକ ତାଙ୍କ ସ୍ବାମୀ ନିର୍ଦ୍ଦୋଶ କହି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତାଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ପଠାଯାଇଥିବା ଜଣାପଡିଛି। ଥାନା ଆଗରେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା appeared first on Dharitri Odia News.