ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ

ବ୍ରାଜାଭିଲେ,୮ା୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ରହସ୍ୟମୟ ରୋଗରେ ମାସକରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଗତ ଅକ୍ଟୋବରରୁ କଙ୍ଗୋର କ୍ୱାଙ୍ଗୋ ପ୍ରଦେଶରେ ଅନୂ୍ୟନ ୩୭୬ ଜଣ ଏହି ଅଜଣା ରୋଗରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ଜ୍ୱର, ଅତ୍ୟଧିକ ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। ବିଶେଷ କରି ମହିଳା ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲା ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏମ୍‌ପକ୍ସ ସନ୍ଦେହ କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ପ୍ରକୃତରେ ଏହା କି ପ୍ରକାର […] The post ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.

ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ

ବ୍ରାଜାଭିଲେ,୮ା୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ରହସ୍ୟମୟ ରୋଗରେ ମାସକରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଗତ ଅକ୍ଟୋବରରୁ କଙ୍ଗୋର କ୍ୱାଙ୍ଗୋ ପ୍ରଦେଶରେ ଅନୂ୍ୟନ ୩୭୬ ଜଣ ଏହି ଅଜଣା ରୋଗରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ଜ୍ୱର, ଅତ୍ୟଧିକ ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। ବିଶେଷ କରି ମହିଳା ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲା ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏମ୍‌ପକ୍ସ ସନ୍ଦେହ କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ପ୍ରକୃତରେ ଏହା କି ପ୍ରକାର ରୋଗ ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞମାନେ ଏହା ଉପରେ ଅନୁଧ୍ୟାନ ଚଳାଇଛନ୍ତି। ମହାମାରି ବିଶେଷଜ୍ଞଙ୍କ ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇ ନମୁନା ସଂଗ୍ରହ କରି ଅନୁଧ୍ୟାନ କରିବେ ବେଲି ପ୍ରାଦେଶିକ ଡେପୁଟି ଗଭର୍ନର ଗଣମାଧ୍ୟମକୁ କହିଛନ୍ତି।

The post ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.