ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ଏବଂ ବାର୍‌ର ସଦସ୍ୟମାନେ ଯୋଗ ଦେଇଥିଲେ। ୬ ମାର୍ଚ୍ଚ ୨୦୨୫ ରେ ସୁପ୍ରିମକୋର୍ଟ କଲିଜିୟମ କୋଲକାତା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଟଣ୍ଡନଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ସୁପାରିସ […] The post ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ appeared first on Dharitri Odia News.

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ଏବଂ ବାର୍‌ର ସଦସ୍ୟମାନେ ଯୋଗ ଦେଇଥିଲେ।

Image

୬ ମାର୍ଚ୍ଚ ୨୦୨୫ ରେ ସୁପ୍ରିମକୋର୍ଟ କଲିଜିୟମ କୋଲକାତା ହାଇକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଟଣ୍ଡନଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ସୁପାରିସ କରିଥିଲେ। କେନ୍ଦ୍ର ସରକାର ୨୧ମାର୍ଚ୍ଚ ୨୦୨୫ରେ ତାଙ୍କର ନିଯୁକ୍ତି ବିଷୟରେ ସୂଚନା ଦେଇଥିଲେ।

ତାଙ୍କ ନାମ ପ୍ରସ୍ତାବ ଦେବା ସମୟରେ, କଲିଜିୟମ ତାଙ୍କର ବରିଷ୍ଠତାକୁ ସ୍ବୀକାର କରିଥିଲେ, ଯାହା ଅଲ୍‌ ଇଣ୍ଡିଆ ହାଇକୋର୍ଟ ବିଚାରପତି ବରିଷ୍ଠତା ତାଲିକାର କ୍ରମିକ ସଂଖ୍ୟା ୭ରେ ଅଛନ୍ତି ଟଣ୍ଡନ।

Image

ହାଇକୋର୍ଟର ବିଚାରପତି ଭାବରେ ପଦୋନ୍ନତି ପୂର୍ବରୁ, ସେ କଲିକତାର ହାଇକୋର୍ଟରେ ଦେୱାନୀ ମାମଲାରେ ଅଭ୍ୟାସ କରିଥିଲେ। ନ୍ୟାୟ ପ୍ରଦାନ କରିବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ତାଙ୍କୁ ଜଣେ ଦକ୍ଷ ବିଚାରପତି ଭାବରେ ବିବେଚନା କରାଯାଏ ଏବଂ ଉଚ୍ଚ ନ୍ୟାୟିକ ପଦବୀରେ ଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ଉଚ୍ଚ ସ୍ତରର ସଚ୍ଚୋଟତା ଏବଂ ଆଚରଣ ତାଙ୍କର ଅଛି ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା।

The post ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ appeared first on Dharitri Odia News.