ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ

ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍‌ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଡଃ.ଦୀପକ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ବଦଳି ହୋଇଛି। ଏହାକୁ ନେଇ ଶୁକ୍ରବାର ସରକାରଙ୍କ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ରହିଥିବା ଅପରାଧୀ ଓ ମଦ, ଗଞ୍ଜେଇ, ବାଲିମାଫିଆଙ୍କ ମଧ୍ୟରେ ଛନକା ପଶିଯାଇଥିବା ବେଳେ କିଛି ଅସାଧୁ କର୍ମଚାରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଯାହାକି ଦୀପକ କୁମାର ମିଶ୍ର ଗତ ୨୬.୧୦.୨୦୦୮ଠାରୁ ୧୦.୬.୨୦୦୯ ପର୍ଯ୍ୟନ୍ତ […] The post ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ appeared first on Dharitri Odia News.

ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ

ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍‌ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଡଃ.ଦୀପକ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ବଦଳି ହୋଇଛି। ଏହାକୁ ନେଇ ଶୁକ୍ରବାର ସରକାରଙ୍କ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ରହିଥିବା ଅପରାଧୀ ଓ ମଦ, ଗଞ୍ଜେଇ, ବାଲିମାଫିଆଙ୍କ ମଧ୍ୟରେ ଛନକା ପଶିଯାଇଥିବା ବେଳେ କିଛି ଅସାଧୁ କର୍ମଚାରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଯାହାକି ଦୀପକ କୁମାର ମିଶ୍ର ଗତ ୨୬.୧୦.୨୦୦୮ଠାରୁ ୧୦.୬.୨୦୦୯ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ଥାନାଧିକାରୀ ଭାବରେ ରହିଥିଲେ। ଏହି ସମୟ ମଧ୍ୟରେ ଏଠିକାର ମଦ, ଗଞ୍ଜେଇ ଓ ବାଲିମାଫିଆଙ୍କୁ ଦମନ କରିବା ସାଙ୍ଗକୁ ଅଞ୍ଚଳରେ ରହିଥିବା ଅପରାଧୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଆଣି ସାବାଡ଼ କରିବା ସହ ଚୋର ଡକାୟତିଙ୍କ ଆଡ୍ଡା ପାଲଟିଥିବା ଝରଣଛକ ଓ ଭୂତସରସିଙ୍ଗି-କୋଦଳା-ବୁଢ଼ାମ୍ବ ରାସ୍ତାକୁ ଅପରାଧ ମୁକ୍ତ କରି ଏଠାରେ ଚର୍ଚ୍ଚାକୁ ଆସିଥିଲେ। ଯାହାକି ଥାନାଧିକାରୀ ସମୟରେ ନିରୀହ ଲୋକଙ୍କ ନ୍ୟାୟ ଦେଇ ଅଞ୍ଚଳକୁ ଅପରାଧମୁକ୍ତ କରି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ସେହି କାର୍ଯ୍ୟକୁ ଭୁଲି ପାରି ନ ଥିବା ବେଳେ ପୁଣି ଏସ୍‌ଡିପିଓ ହୋଇ ଫେରୁଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସାଧାରଣ ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଅପରାଧୀ ଓ ମାଫିଆମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

The post ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ appeared first on Dharitri Odia News.