ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା

କଟକ,୧୦ା୧୦ (କାର୍ତ୍ତିକ ସାହୁ):ହାଇକୋର୍ଟରେ ଚଳିତ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପୂଜା ଛୁଟି ସମୟରେ କେବଳ ଜରୁରିକାଳୀନ ମାମଲାଗୁଡ଼ିକର ଆବେଦନ ପାଇଁ ୪ ଦିନ ହାଇକୋର୍ଟ ଅଫିସ ଖୋଲା ରହିବ। ଏଥିସହ ଆସନ୍ତା ୧୮ ତାରିଖରେ ଅବକାଶକାଳୀନ ବେଞ୍ଚ ଗୋଟିଏ ଦିନ ପାଇଁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ […] The post ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା appeared first on Dharitri Odia News.

ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା

କଟକ,୧୦ା୧୦ (କାର୍ତ୍ତିକ ସାହୁ):ହାଇକୋର୍ଟରେ ଚଳିତ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପୂଜା ଛୁଟି ସମୟରେ କେବଳ ଜରୁରିକାଳୀନ ମାମଲାଗୁଡ଼ିକର ଆବେଦନ ପାଇଁ ୪ ଦିନ ହାଇକୋର୍ଟ ଅଫିସ ଖୋଲା ରହିବ। ଏଥିସହ ଆସନ୍ତା ୧୮ ତାରିଖରେ ଅବକାଶକାଳୀନ ବେଞ୍ଚ ଗୋଟିଏ ଦିନ ପାଇଁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟ କରିବେ। ଡିଭିଜନ ବେଞ୍ଚ କାର୍ଯ୍ୟ ଶେଷ ପରେ ଉଭୟ ବିଚାରପତିଙ୍କ ସିଙ୍ଗଲ ବେଞ୍ଚ ମଧ୍ୟ ସେହିଦିନ କାର୍ଯ୍ୟ କରିବ। ବିଚାରପତି ସଙ୍ଗମ କୁମାର ସାହୁଙ୍କ ସିଙ୍ଗଲ ବେଞ୍ଚରେ ଫୌଜଦାରି ମାମଲା ଏବଂ ବିଚାରପତି ମୁରାହରି ଶ୍ରୀରମଣଙ୍କ ସିଙ୍ଗଲ ବେଞ୍ଚରେ ରିଟ୍‌ ଓ ଦଓ୍ବୋନୀ ମାମଲାଗୁଡ଼ିକର ଶୁଣାଣି ହେବ। ଅବକାଶକାଳୀନ ବେଞ୍ଚରେ ଶୁଣାଣି ପାଇଁ ଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ ନିମନ୍ତେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ କାର୍ଯ୍ୟାଳୟରେ ଥିବା ଡ୍ରପ୍‌ ବକ୍ସରେ ୧୭ ତାରିଖ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପକାଯାଇପାରିବ। ଏଥିସହ ପୂଜା ଛୁଟିବେଳେ ୧୪, ୧୫, ୧୭ ଓ ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ। ଅଦାଲତ ଖୋଲିବା ଯାଏ ଅପେକ୍ଷା କରି ନ ହେବା ଭଳି ମାମଲାଗୁଡ଼ିକର ଆବେଦନ ଏହି ୪ ଦିନରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କରିହେବ।

ଅକ୍ଟୋବର ୯ ତାରିଖରୁ ଆବେଦନ କରାଯାଉଥିବା ରିଟ୍‌, ଦଓ୍ବୋନୀ ଓ ଫୌଜଦାରି ମାମଲାଗୁଡ଼ିକ ମଧ୍ୟରୁ ସ୍ବତନ୍ତ୍ର ଜରୁରୀ ଥିବା ମାମଲାଗୁଡ଼ିକୁ ଅବକାଶ କାଳୀନ ବେଞ୍ଚରେ ବିଚାର ପାଇଁ ତାଲିକାଭୁକ୍ତ କରାଯିବ। ମାତ୍ର ଭାରତୀୟ ନ୍ୟାୟ ସଂହିତାର ୪୮୨ ଓ ୪୮୩ ଧାରାରେ ତାଲିକାଭୁକ୍ତ ହୋଇ ନ ଥିବା କିମ୍ବା ନୂଆ ଜାମିନ ଆବେଦନଗୁଡ଼ିକ ପଞ୍ଜୀକରଣ ତାରିଖ ଅନୁଯାୟୀ ତାଲିକାଭୁକ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

The post ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା appeared first on Dharitri Odia News.