ଅହମ୍ମଦାବାଦ ପରି ଆମେରିକାରେ ବୋଇଂ ୭୮୭ର ଇଞ୍ଜିନ ଫେଲ୍ , ଉଡ଼ାଣ ଭରିବା କ୍ଷଣି ପାଇଲଟ କହିଲେ ...
ନୂଆଦିଲ୍ଲୀ : ଅହମ୍ମଦାବାଦରେ ବୋଇଂର ବିମାନ କ୍ରାସ୍ ହେବା ପରେ ଆମେରିକାରେ ଏହିପରି ଘଟଣା ସାମ୍ନାକୁ ଆସିଛି। ୭୮୭-୮ ଡ୍ରିମଲାଇନର ଉଡ଼ାଣ ଭରିବା କ୍ଷଣି ଇଞ୍ଜିନ ଫେଲ୍ ହୋଇ ଯାଇଥିଲା। ଏହାପରେ ପାଇଲଟଙ୍କୁ ମେଡେର ଘୋଷଣା କରିବାକୁ ପଡ଼ିଥିଲା ଏବଂ ବିମାନରେ ଆତଙ୍କ ଖେଳି ଯାଇଥିଲା। ଘଟଣାଟି ଗତ ସପ୍ତାହରେ ଘଟିଥିଲା। ଯେତେବେଳେ ୟୁନାଇଟେଡ୍ ଏୟାରଲାଇନ୍ସର ଫ୍ଲାଇଟ୍ ୟୁଏ ୧୦୮, ୨୫ ଜୁଲାଇରେ ୱାଶିଂଟନର ଡଲେସ ଏୟାରପୋର୍ଟରୁ ମ୍ୟୁନିଖ ଅଭିମୁଖେ ଯାତ୍ରା କରୁଥିଲା,ସେତେବେଳେ ତାର ବାମ ଇଞ୍ଜିନ ଖରାପ ହୋଇଗଲା ଏବଂ ତୁରନ୍ତ ପାଇଲଟଙ୍କୁ ମେଡେ ଘୋଷଣା କରିବାକୁ ପଡ଼ିଲା। ଫ୍ଲାଇଟ୍ ଯେମିତି ହିଁ ୱାଶିଂଟନ ଡଲେସରୁ ଉଡ଼ାଣ ଭରି ୫ହଜାର ଫୁଟର ଉଚ୍ଚତାରେ ପହଞ୍ଚି ଥିଲା, ଏହାର କିଛି ସମୟ ପରେ ଇଞ୍ଜିନରେ ଖରାପ ଥିବାର ସୂଚନା ମିଳିଲା। ଚାଳକ ଟିମ୍ ତୁରନ୍ତ ଜରୁରୀକାଳୀନ ଘୋଷଣା କରି ଥିଲେ ଏବଂ ସୁରକ୍ଷିତ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ମିଶି କାମ କଲେ।ଫ୍ଲାଇଟ ଅୱେୟରର ତଥ୍ୟ ମୁତାବିକ, ଫ୍ଲାଇଟ୍ ଦୁଇ ଘଣ୍ଟା ୩୮ ମିନିଟ୍ ଯାଏ ଆକାଶରେ ରହୁଥିଲା ଏବଂ ୱାଶିଂଟନର ଉତ୍ତର –ପଶ୍ଚିମରେ ସୁରକ୍ଷିତ ଭାବେ ଇନ୍ଧନ ବାହାର କରାଇବା ପାଇଁ ଚକ୍କର ଲଗାଇ ଥିଲା। ଏହାପରେ ଫ୍ଲାଇଟ୍ର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଥିଲା। ଏହି ସମୟରେ ଫ୍ଲାଇଟ୍ର ପାଇଲଟମାନେ ବିମାନର ଓଜନକୁ ନିୟନ୍ତ୍ରିତ କରିବା ପାଇଁ ୬ହଜାର ଫୁଟର ଉଚ
ନୂଆଦିଲ୍ଲୀ : ଅହମ୍ମଦାବାଦରେ ବୋଇଂର ବିମାନ କ୍ରାସ୍ ହେବା ପରେ ଆମେରିକାରେ ଏହିପରି ଘଟଣା ସାମ୍ନାକୁ ଆସିଛି। ୭୮୭-୮ ଡ୍ରିମଲାଇନର ଉଡ଼ାଣ ଭରିବା କ୍ଷଣି ଇଞ୍ଜିନ ଫେଲ୍ ହୋଇ ଯାଇଥିଲା। ଏହାପରେ ପାଇଲଟଙ୍କୁ ମେଡେର ଘୋଷଣା କରିବାକୁ ପଡ଼ିଥିଲା ଏବଂ ବିମାନରେ ଆତଙ୍କ ଖେଳି ଯାଇଥିଲା।
ଘଟଣାଟି ଗତ ସପ୍ତାହରେ ଘଟିଥିଲା। ଯେତେବେଳେ ୟୁନାଇଟେଡ୍ ଏୟାରଲାଇନ୍ସର ଫ୍ଲାଇଟ୍ ୟୁଏ ୧୦୮, ୨୫ ଜୁଲାଇରେ ୱାଶିଂଟନର ଡଲେସ ଏୟାରପୋର୍ଟରୁ ମ୍ୟୁନିଖ ଅଭିମୁଖେ ଯାତ୍ରା କରୁଥିଲା,ସେତେବେଳେ ତାର ବାମ ଇଞ୍ଜିନ ଖରାପ ହୋଇଗଲା ଏବଂ ତୁରନ୍ତ ପାଇଲଟଙ୍କୁ ମେଡେ ଘୋଷଣା କରିବାକୁ ପଡ଼ିଲା।
ଫ୍ଲାଇଟ୍ ଯେମିତି ହିଁ ୱାଶିଂଟନ ଡଲେସରୁ ଉଡ଼ାଣ ଭରି ୫ହଜାର ଫୁଟର ଉଚ୍ଚତାରେ ପହଞ୍ଚି ଥିଲା, ଏହାର କିଛି ସମୟ ପରେ ଇଞ୍ଜିନରେ ଖରାପ ଥିବାର ସୂଚନା ମିଳିଲା। ଚାଳକ ଟିମ୍ ତୁରନ୍ତ ଜରୁରୀକାଳୀନ ଘୋଷଣା କରି ଥିଲେ ଏବଂ ସୁରକ୍ଷିତ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ମିଶି କାମ କଲେ।

ଫ୍ଲାଇଟ ଅୱେୟରର ତଥ୍ୟ ମୁତାବିକ, ଫ୍ଲାଇଟ୍ ଦୁଇ ଘଣ୍ଟା ୩୮ ମିନିଟ୍ ଯାଏ ଆକାଶରେ ରହୁଥିଲା ଏବଂ ୱାଶିଂଟନର ଉତ୍ତର –ପଶ୍ଚିମରେ ସୁରକ୍ଷିତ ଭାବେ ଇନ୍ଧନ ବାହାର କରାଇବା ପାଇଁ ଚକ୍କର ଲଗାଇ ଥିଲା। ଏହାପରେ ଫ୍ଲାଇଟ୍ର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଥିଲା। ଏହି ସମୟରେ ଫ୍ଲାଇଟ୍ର ପାଇଲଟମାନେ ବିମାନର ଓଜନକୁ ନିୟନ୍ତ୍ରିତ କରିବା ପାଇଁ ୬ହଜାର ଫୁଟର ଉଚ୍ଚତାରେ ରହିଥିଲେ। ଏବଂ ଏଟିସିକୁ ଫୁଏଲ ଡମ୍ପିଂ ପାଇଁ ଲଗାତାର ଅନୁରୋଧ କରିଥିଲେ।
ଇନ୍ଧନ ଡମ୍ପିଂ ଶେଷ ହେବା ପରେ ପାଇଲଟମାନେ ରନୱେ ୧୯ ସେଣ୍ଟରରେ ଇଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ (ଆଇଏଲଏସ)ର ବ୍ୟବହାର କରି ଓହ୍ଲାଇବାକୁ ଅନୁମତି ମାଗିଲେ। ଲ୍ୟାଣ୍ଡିଂ ପରେ ବୋଇଂର ଏହି ବିମାନ ଆପଣା ଛାଏଁ ଆଉ ଆଗକୁ ଯାଇ ପାରି ନଥିଲା। ତାକୁ ରନୱେରୁ ବାହାରକୁ ଟାଣିବାକୁ ପଡ଼ିଲା। ସୋମବାର ଯାଏ ଏହି ବିମାନ ୱାଶିଂଟନ ଡଲେସ ବିମାନ ବନ୍ଦରରେ ହିଁ ରହିଥିଲା। ହେଲେ ଉକ୍ତ ଘଟଣାରେ କୌଣସି ହତାହତ ହେବାର ଖବର ଆସିନାହିଁ।