ପିହୁ ଅପହରଣ ଘଟଣାରେ ପୁଲିସକୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ଦେବଗଡ଼: ଗତ ଡିସେମ୍ବର ୧୮ ସଂଧ୍ୟା ସମୟରେ ଦୁର୍ବୁତ୍ତ ମାନେ ଅପହରଣ କରିଥିବା ବହୁ ଚର୍ଚିତ ଶିଶୁ କନ୍ୟା ପିହୁ ଅଗ୍ରୱାଲ ମାମଲାରେ ପୁଲିସ ଆଜି ସହଯୋଗ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜିପି ଜୟ ନାରାୟଣ ପଙ୍କଜ ଯୋଗ ଦେଇ ଅପରାଧୀଙ୍କ ବିରୁଦ୍ଧରେ ପୁଲିସକୁ ସୂଚନା ଦେଇ ଅପହରଣର ୧୨ ଘଣ୍ଟା ପୂର୍ବରୁ […] The post ପିହୁ ଅପହରଣ ଘଟଣାରେ ପୁଲିସକୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା appeared first on Odisha.News.
ଦେବଗଡ଼: ଗତ ଡିସେମ୍ବର ୧୮ ସଂଧ୍ୟା ସମୟରେ ଦୁର୍ବୁତ୍ତ ମାନେ ଅପହରଣ କରିଥିବା ବହୁ ଚର୍ଚିତ ଶିଶୁ କନ୍ୟା ପିହୁ ଅଗ୍ରୱାଲ ମାମଲାରେ ପୁଲିସ ଆଜି ସହଯୋଗ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜିପି ଜୟ ନାରାୟଣ ପଙ୍କଜ ଯୋଗ ଦେଇ ଅପରାଧୀଙ୍କ ବିରୁଦ୍ଧରେ ପୁଲିସକୁ ସୂଚନା ଦେଇ ଅପହରଣର ୧୨ ଘଣ୍ଟା ପୂର୍ବରୁ ଅପହୃତା ଶିଶୁ କନ୍ୟାକୁ ଉଦ୍ଧାର କରିବାରେ ସହଯୋଗ କରିଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ହୋଟେଲ ପ୍ରଭାତୀ ରେସିଡେନ୍ସିର କର୍ମଚାରୀ କୁମୁଦ ସେଠୀ ଓ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ଭୋଇପାଲିର ଲଷ୍ମୀକାନ୍ତ ମିଶ୍ରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମାନପତ୍ର ଓ ପାଞ୍ଚ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଦିନ ଦୁର୍ବୁତ୍ତ ମାନେ ହୋଟେଲ ରେ ରହିବା ପାଇଁ ହୋଟେଲ କୁ ଯାଇଥିଲେ। ମାତ୍ର ହୋଟେଲ କର୍ମଚାରୀ ଶ୍ରୀ ସେଠୀ ରହିବାକୁ ହେଲେ ଆଧାର କାର୍ଡ ମାଗିବାରୁ ଦୁର୍ବୁତ୍ତ ମାନେ ଦେଇ ନପାରି ଫେରି ଯାଇଥିଲେ । ସେହିପରି ଦୁର୍ବୁତ୍ତ ମାନେ ଶିଶୁ କନ୍ୟାକୁ ବଡ଼ଗାଁ ନିକଟରେ ଛାଡି ଯିବାପରେ ଶ୍ରୀ ମିଶ୍ର ଶିଶୁ କନ୍ୟାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଉଭୟ ବ୍ୟକ୍ତିଙ୍କ ମହାନତା ଓ କର୍ତ୍ତବ୍ୟ ପରାୟଣ ପାଇଁ ପୁଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରିବା ଦ୍ୱାରା ଅନ୍ୟ ମାନଙ୍କ ପାଇଁ ଏହା ପ୍ରେରଣା ବୋଲି ଆଇଜିପି ଶ୍ରୀ ପଙ୍କଜ ପ୍ରକାଶ କରିଥିଲେ। ଏହି ଅବସରରେ ଉଦ୍ଧାର ଶିଶୁ କନ୍ୟା ପିହୁ ମଧ୍ୟ ଗୋଲାପ ଫୁଲ ଦେଇ ଉଭୟ ଦୁଇବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମୟରେ ଏସପି ପ୍ରଦ୍ୟୁମ୍ନ ମିଶ୍ର , ଅତିରିକ୍ତ ଏସପି ହେମନ୍ତ ପଣ୍ଡା, ଏସ୍ଡ଼ିପିଓ ସୌମ୍ୟ ରଞ୍ଜନ ମାଲିକ, ଡିଏସପି ଅଜୟ ତିର୍କୀ, ଦେବଗଡ଼ ଥାନା ଅଧିକାରୀ ସରୋଜ ସେଠୀ ଙ୍କ ସମେତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
The post ପିହୁ ଅପହରଣ ଘଟଣାରେ ପୁଲିସକୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା appeared first on Odisha.News.