ଉପରମୁହାଁ ହେବେ ପାରଦ, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର ୨୪।୦୩ : ମାର୍ଚ୍ଚ ମାସ ଶେଷ ଆଡ଼କୁ ରାଜ୍ୟରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁଯିବ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଆସନ୍ତା ୪ ଦିନରେ ରାଜ୍ୟର ଅଧିକାଂଶ  ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିଯିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି ।  ପାଣିପାଗ ବିଭାଗର ଆକଳନ ଅନୁସାରେ, ରବିବାର ନୟାଗଡ଼ ଓ  ଟିଟିଲାଗଡ଼ରେ ତାପମାତ୍ରା ୩୯ ଡିଗ୍ରୀ ରହିବ । ଅନୁଗୁଳ ଓ ମାଲକାନଗିରିରେ  ତାତି ୩୮ ଡିଗ୍ରୀ ରହିପାରେ । ୨୫ରେ ଝାରସୁଗୁଡ଼ା, ଟିଟିଲାଗଡ଼,  ମାଲକାନଗିରି, ନୟାଗଡ଼, ଅନୁଗୁଳରେ ତାପମାତ୍ରା ୩୯ ଡିଗ୍ରୀ ରହିପାରେ ।  ୨୬ରେ ପୂରା ଓଡ଼ିଶାକୁ ଜଳାଇବ ଡହ ଡହ ଖରା ଓ ତାତି ।  ଶନିବାର ବଲାଙ୍ଗୀରର ଦିନ ତାପମାତ୍ରା ସର୍ବାଧିକ ୩୮ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୭.୫, ପାରଳାଖେମୁଣ୍ଡିରେ ୩୭, ମାଲକାନଗିରିରେ ୩୭.୧, ଚାନ୍ଦବାଲିରେ ୩୬.୭, ନୟାଗଡ଼ରେ ୩୬.୫, ଝାରସୁଗୁଡ଼ା ଓ କଟକରେ ୩୬.୪,ଅନୁଗୁଳରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଛି ।

ଉପରମୁହାଁ ହେବେ ପାରଦ, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର ୨୪।୦୩ : ମାର୍ଚ୍ଚ ମାସ ଶେଷ ଆଡ଼କୁ ରାଜ୍ୟରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁଯିବ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଆସନ୍ତା ୪ ଦିନରେ ରାଜ୍ୟର ଅଧିକାଂଶ  ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିଯିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି ।  

ପାଣିପାଗ ବିଭାଗର ଆକଳନ ଅନୁସାରେ, ରବିବାର ନୟାଗଡ଼ ଓ  ଟିଟିଲାଗଡ଼ରେ ତାପମାତ୍ରା ୩୯ ଡିଗ୍ରୀ ରହିବ । ଅନୁଗୁଳ ଓ ମାଲକାନଗିରିରେ  ତାତି ୩୮ ଡିଗ୍ରୀ ରହିପାରେ । ୨୫ରେ ଝାରସୁଗୁଡ଼ା, ଟିଟିଲାଗଡ଼,  ମାଲକାନଗିରି, ନୟାଗଡ଼, ଅନୁଗୁଳରେ ତାପମାତ୍ରା ୩୯ ଡିଗ୍ରୀ ରହିପାରେ ।  ୨୬ରେ ପୂରା ଓଡ଼ିଶାକୁ ଜଳାଇବ ଡହ ଡହ ଖରା ଓ ତାତି ।  

ଶନିବାର ବଲାଙ୍ଗୀରର ଦିନ ତାପମାତ୍ରା ସର୍ବାଧିକ ୩୮ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୭.୫, ପାରଳାଖେମୁଣ୍ଡିରେ ୩୭, ମାଲକାନଗିରିରେ ୩୭.୧, ଚାନ୍ଦବାଲିରେ ୩୬.୭, ନୟାଗଡ଼ରେ ୩୬.୫, ଝାରସୁଗୁଡ଼ା ଓ କଟକରେ ୩୬.୪,ଅନୁଗୁଳରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଛି ।