ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍ ପଏଜନ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି। ଜାହ୍ନବୀ ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ବେଳେ ସେ ବିମାନବନ୍ଦରରେ କିଛି ଖାଇଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ବହୁତ ଦୁର୍ବଳ ଅନୁଭବ କରିଥିଲେ। […] The post ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍ ପଏଜନ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି।
ଜାହ୍ନବୀ ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ବେଳେ ସେ ବିମାନବନ୍ଦରରେ କିଛି ଖାଇଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ବହୁତ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କ ଅସୁସ୍ଥତା ଏବଂ ଦୁର୍ବଳତା ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏକ ସୂତ୍ରରୁ ପ୍ରକାଶ।
The post ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର appeared first on Dharitri Odia News.