ଡିଏମ୍‌କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି

ଚେନ୍ନାଇ,୨୮।୨:ତାମିଲନାଡୁର ତିରୁନେଲଭେଲିରେ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇସ୍ରୋର ଲଞ୍ଚ ପ୍ୟାଡ ସମ୍ବନ୍ଧ ବିଜ୍ଞାପନରେ ଚାଇନାର ପତାକା ଥିବାରୁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) କୁ ଟାର୍ଗେଟ କରିଥିଲେ ଏବଂ ଏହାକୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଡିଏମକେ ଏମିତି ଏକ ଦଳ ଯାହା କୌଣସି କାମ କରେ ନାହିଁ କିନ୍ତୁ ମିଥ୍ୟା ବାହାଦୁରୀ ନେବାକୁ ଆଗରେ ଠିଆ […] The post ଡିଏମ୍‌କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି appeared first on Dharitri Odia News.

ଡିଏମ୍‌କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି

ଚେନ୍ନାଇ,୨୮।୨:ତାମିଲନାଡୁର ତିରୁନେଲଭେଲିରେ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇସ୍ରୋର ଲଞ୍ଚ ପ୍ୟାଡ ସମ୍ବନ୍ଧ ବିଜ୍ଞାପନରେ ଚାଇନାର ପତାକା ଥିବାରୁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) କୁ ଟାର୍ଗେଟ କରିଥିଲେ ଏବଂ ଏହାକୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଡିଏମକେ ଏମିତି ଏକ ଦଳ ଯାହା କୌଣସି କାମ କରେ ନାହିଁ କିନ୍ତୁ ମିଥ୍ୟା ବାହାଦୁରୀ ନେବାକୁ ଆଗରେ ଠିଆ ହୋଇଛି। ଏହି ଲୋକମାନେ ଆମର ଯୋଜନା ଉପରେ ସେମାନଙ୍କର ନିଜ ଷ୍ଟିକର୍‌ ଲଗାନ୍ତି। ବର୍ତ୍ତମାନ ସେମାନେ ସୀମା ଅତିକ୍ରମ କରିଛନ୍ତ। ଅନ୍ନାମଲାଇ ମୋତେ କହିଥିଲେ ଯେ ଏହି ଲୋକମାନେ ଇସ୍ରୋର ଲଞ୍ଚ ପ୍ୟାଡ ପାଇଁ କ୍ରେଡିଟ ନେବାକୁ ଚାଇନା ପତାକାର ଏକ ଷ୍ଟିକର୍‌ ଲଗାଇଛନ୍ତି। ସେମାନେ ଆମ ଯୋଜନାରେ ଷ୍ଟିକର ଲଗାଇ ଜନସାଧାରଣଙ୍କ ମଧ୍ୟରେ ଏହାର ମିଥ୍ୟା ପ୍ରଚାର ପ୍ରସାର କରିବାର କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ କରି ଭାରତର ବୈଜ୍ଞାନିକମାନଙ୍କୁ ଅପମାନିତ କରିଛନ୍ତି। ଡିଏମକେ ନେତାମାନେ ମହାକାଶରେ ଭାରତର ଅଗ୍ରଗତିକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ମହାକାଶରେ ଭାରତର ଅଗ୍ରଗତି ଦେଖିବାକୁ ସେମାନେ ଚାହୁଁନାହାଁନ୍ତି।
ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଆପଣ ଦେଉଥିବା ଟିକସ, ସେମାନେ ଏଭଳି ମିଥ୍ୟା ବିଜ୍ଞାପନରେ ଖର୍ଚ୍ଚ କରନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ଡିଏମକେ ହଟାଇବା ଉଚିତ୍‌।

The post ଡିଏମ୍‌କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି appeared first on Dharitri Odia News.