ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ….
ପାଟଣା,୨୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ଼ ସାହାରପଡା ରାସ୍ତାର ସୁନାରିପଶି(ହାଣ୍ଡିଆସିଲ)ନିକଟରୁ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟଲୋକେ ଜବତ କରିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି । ଗାଡି ଭିତରୁ ୧୨ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୨ ଗୋ ମାଫିଆଙ୍କୁ ପାଟଣା ପୋଲିସ ଗିରଫକରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ବିବତ୍ସ ପ୍ରଧାନ କହିଛନ୍ତି। ବିଳମ୍ବିତ ରାତିରେ ଆନନ୍ଦପୁର ଅଞ୍ଚଳରୁ ଗୋରୁଗୁଡିକ ପିକଅପଭ୍ୟାନରେ ଚଢ଼େଇଭୋଳକୁ ଚାଲାଣ କରାଯାଉଥିବା ସମୟରେ […] The post ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ…. appeared first on Dharitri Odia News.
ପାଟଣା,୨୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ଼ ସାହାରପଡା ରାସ୍ତାର ସୁନାରିପଶି(ହାଣ୍ଡିଆସିଲ)ନିକଟରୁ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟଲୋକେ ଜବତ କରିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି । ଗାଡି ଭିତରୁ ୧୨ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୨ ଗୋ ମାଫିଆଙ୍କୁ ପାଟଣା ପୋଲିସ ଗିରଫକରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ବିବତ୍ସ ପ୍ରଧାନ କହିଛନ୍ତି। ବିଳମ୍ବିତ ରାତିରେ ଆନନ୍ଦପୁର ଅଞ୍ଚଳରୁ ଗୋରୁଗୁଡିକ ପିକଅପଭ୍ୟାନରେ ଚଢ଼େଇଭୋଳକୁ ଚାଲାଣ କରାଯାଉଥିବା ସମୟରେ ଲୋକେ ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପହଁଞ୍ଚି ଗୋରୁ ବୋଝେଇ ପିକଭ୍ୟାନକୁ ଜବତକରି ଥାନାକୁ ଆଣିବା ସହ ଦୁଇଜଣ ଗୋ ଚାଲାଣକାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
The post ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ…. appeared first on Dharitri Odia News.