ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ ବେଉଷଣ ସମୟରେ ବର୍ଷା ଅଭାବ ଯୋଗୁ ଚାଷ ଜମିରେ ଗୋରୁ ଚରୁଛନ୍ତି। ଚାଷ କାମ ହୋଇପାରୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବାଲେଶ୍ୱର ଜିଲା ଔପଦା ବ୍ଲକ ଅଞ୍ଚଳର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବାରୁ ଚାଷ ଜମିଗୁଡିକ  ଗୋଚାରଣ ଭୂମି ପାଲଟିଛି। ଏଭଳି […] The post ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ appeared first on Dharitri Odia News.

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ
ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ ବେଉଷଣ ସମୟରେ ବର୍ଷା ଅଭାବ ଯୋଗୁ ଚାଷ ଜମିରେ ଗୋରୁ ଚରୁଛନ୍ତି। ଚାଷ କାମ ହୋଇପାରୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବାଲେଶ୍ୱର ଜିଲା ଔପଦା ବ୍ଲକ ଅଞ୍ଚଳର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବାରୁ ଚାଷ ଜମିଗୁଡିକ  ଗୋଚାରଣ ଭୂମି ପାଲଟିଛି। ଏଭଳି ସ୍ଥିତିରେ ଚାଷୀ କଣ କରିବ, ବୁଦ୍ଧିବାଟ ଦିଶୁନାହିଁ।
ଔପଦା ବ୍ଲକସ୍ତରୀୟ ୧୧ଟି ପଞ୍ଚାୟତରେ ୭୯୦୦ ହେକ୍ଟର ଚାଷଜମି ଥିବା ବେଳେ ଜୁଲାଇରେ ଧାନ ଚାଷ ଶେଷ ହେବା ବଦଳରେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟରେ ବ୍ୟାଘାତ ଘଟୁଛି। ଚାଷୀ ଜୁନ୍‌ରେ ତଳି ପକାଇ ଜୁଲାଇରେ ବିଲ ରୋଇ ଚାଷ କାର୍ଯ୍ୟକୁ ଆଗେଇନେବା ପାଇଁ ବସିଥିବା ବେଳେ ଏଯାଏ ଧାନ ତଳିଟିଏ ପଡିପାରୁନାହିଁ।
୨୦୨୩ ଜୁନ୍‌ରେ ବର୍ଷାର ପରିମାଣ ୧୬୭ ମି.ମି. ଓ ଜୁଲାଇରେ ୩୪୩ ମି.ମି. ବର୍ଷା ହୋଇଥିବା ପୂର୍ବ ରେକର୍ଡ଼ରୁ ଜଣାପଡ଼ିଥିବା ବେଳେ ଚଳିତ ୨୦୨୪ ଜୁନ୍‌ରେ ୬୫ ମି.ମି. ବର୍ଷା ଓ ଜୁଲାଇ ୨୦ତାରିଖ ସୁଦ୍ଧା ମାତ୍ର ୫୦ ମି.ମି. ବର୍ଷା ହୋଇଥିବା ରେକର୍ଡରୁ ଜଣାଯାଇଛି। ବ୍ଲକସ୍ତରୀୟ ୭୯୦୦ହେକ୍ଟର ଚାଷଜମି ମଧ୍ୟରୁ ବ୍ୟକ୍ତିଗତ ପାଣି ପଏଣ୍ଟ ଥିବାରୁ ମାତ୍ର ୨୩ହେକ୍ଟର ଜମି ଚଳିତବର୍ଷ ରୁଆଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
୫୪୫ ହେକ୍ଟର ତଳିରେ ତଳି ପଡ଼ିଥିବା ଓ ୮୪ ହେକ୍ଟର ଜମି ବୁଣାଯାଇଥିଲେ ମଧ୍ୟ ତଳି ଏବଂ ରୁଆ ହୋଇଥିବା ଜମିଗୁଡ଼ିକରେ ପାଣି ଅଭାବ ପାଇଁ ଉଇ ଲାଗି ମରିବାକୁ ବସିଲାଣି। ମୌସୁମୀ ବର୍ଷାର ଲୁଚକାଳି ପାଇଁ ଚାଷ କାର୍ଯ୍ୟ ହୋଇ ପାରି ନ ଥିବାରୁ ଚାଷୀ କଣ କରିବ ବୋଲି ଚିନ୍ତା କରି ମୁଣ୍ଡରେ ହାତ ଦେଇ ବସିଛି। ବ୍ଲକସ୍ତରୀୟ ଥିବା ଚାଷ ଜମି ମଧ୍ୟରୁ ୪୮୫୨ ହେକ୍ଟର ଜମି ଉଠା ଜଳସେଚିତ ବୋଲି ରେକର୍ଡ ଦର୍ଶାଯାଇଥିବା କୃଷି ବିଭାଗଠାରୁ ଜଣାପଡ଼ିଥିବା ବେଳେ ୪୧୯ ହେକ୍ଟର ଜମି ଏମ୍‌ଆଇପି ଓ ୬୩୬ ହେକ୍ଟର ଜମି ଚେକଡ୍ୟାମ ବୋଲି କୁହାଯାଇଛି।
ବ୍ଲକସ୍ତରୀୟ ୨୪୩ଟି ଉଠାଜଳସେଚନ ପଏଣ୍ଟ ଥିବା ବେଳେ ଅଧାରୁ ଊର୍ଦ୍ଧ୍ୱ ଅଚଳ ହୋଇପଡିଛି। ବର୍ତ୍ତମାନ ଚାଷ କାର୍ଯ୍ୟ ଶେଷ ହେବା ପରିବର୍ତ୍ତେ ଜମିରେ ଗୋରୁ ଚରୁଥିବାରୁ ଚାଷୀକୁଳ ସର୍ବସ୍ବାନ୍ତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଖଇରା ବ୍ଲକ ଡଗରପଡ଼ା, ଗୋବିନ୍ଦପୁର ପଞ୍ଚାୟତ ପରି କେତେକ ପଞ୍ଚାୟତରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି।

The post ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ appeared first on Dharitri Odia News.