ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି। ଜାଡେଜା ଇନଷ୍ଟାଗ୍ରାମରେ ତାଙ୍କ ଟେଷ୍ଟ ଜର୍ସିର ଏକ ଫଟୋ ଶେୟାର କରିଥିଲେ, ଯାହା ପରେ କ୍ରିକେଟ ବିଶେଷଜ୍ଞ ଏବଂ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଦେଇଥିଲେ ଯେ, ଏହି ଅଲରାଉଣ୍ଡର ହୁଏତ ଟେଷ୍ଟରୁ ଅବସର ନେବାର ଇଙ୍ଗିତ ଦେଇଥାଇପାରନ୍ତି। ସୋସିଆଲ ମିଡିଆରେ କିଛି ୟୁଜର୍ସ ମଧ୍ୟ ଏହା […] The post ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା appeared first on Dharitri Odia News.

ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି। ଜାଡେଜା ଇନଷ୍ଟାଗ୍ରାମରେ ତାଙ୍କ ଟେଷ୍ଟ ଜର୍ସିର ଏକ ଫଟୋ ଶେୟାର କରିଥିଲେ, ଯାହା ପରେ କ୍ରିକେଟ ବିଶେଷଜ୍ଞ ଏବଂ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଦେଇଥିଲେ ଯେ, ଏହି ଅଲରାଉଣ୍ଡର ହୁଏତ ଟେଷ୍ଟରୁ ଅବସର ନେବାର ଇଙ୍ଗିତ ଦେଇଥାଇପାରନ୍ତି।
ସୋସିଆଲ ମିଡିଆରେ କିଛି ୟୁଜର୍ସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା କ’ଣ କୌଣସି ପ୍ରକାରର ସଙ୍କେତ? ଅନ୍ୟ ଜଣେ ବ୍ୟବହାରକାରୀ ଜାଡେଜାଙ୍କୁ ଅବସରର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଗତବର୍ଷ ଟି-୨୦ ବିଶ୍ୱକପରେ ଟାଇଟଲ ଜିତିବା ପରେ ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ, କିନ୍ତୁ ସେ ଦିନିକିଆ ଏବଂ ଟେଷ୍ଟରେ ଦଳର ଅଂଶ ରହିଛନ୍ତି।

 

The post ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା appeared first on Dharitri Odia News.