ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି
କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ନେତା ଓଲି ଏକ ସପ୍ତାହ ପୂର୍ବରୁ କ୍ୟାବିନେଟର ଅନ୍ୟ ୨୧ ଜଣ ସଦସ୍ୟଙ୍କ ସହ ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସରକାର ଗଠନ ପାଇଁ ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଅତି କମରେ ୧୩୮ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ। […] The post ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି appeared first on Dharitri Odia News.
କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ନେତା ଓଲି ଏକ ସପ୍ତାହ ପୂର୍ବରୁ କ୍ୟାବିନେଟର ଅନ୍ୟ ୨୧ ଜଣ ସଦସ୍ୟଙ୍କ ସହ ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ସରକାର ଗଠନ ପାଇଁ ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଅତି କମରେ ୧୩୮ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ। ଏହି ସମୟ ମଧ୍ୟରେ ଓଲି ୧୮୮ ଭୋଟ ପାଇଥିଲେ। ଆବଶ୍ୟକ ସମର୍ଥନଠାରୁ ସେ ଅଧିକ ୫୦ ଭୋଟ ପାଇଥିଲେ। ବରିଷ୍ଠ କମ୍ୟୁନିଷ୍ଟ ନେତା ଓଲି (୭୨) ସୋମବାର ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳର ଅନ୍ୟ ୨୧ ଜଣ ସଦସ୍ୟଙ୍କ ସହ ଓଲି ଶପଥ ଗ୍ରହଣ କରିଥିଲେ।
The post ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି appeared first on Dharitri Odia News.