ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି
ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ବାରିପଦାସ୍ଥିିତ ପିଆର୍ଏମ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ(୬୨), କରଞ୍ଜିଆ ଅଞ୍ଚଳର ନିଦ୍ରାବତୀ ନାଏକ(୫୦) ଓ ଅନ୍ୟ ଜଣେ ଚାଉଳିଆଶୋଳ ଗ୍ରାମର ନାବାଳକ। ଆକ୍ରାନ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ପହଞ୍ଚି ଚିକିତ୍ସାସେବା ଯୋଗାଇଦେଇଥିବା […] The post ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ବାରିପଦାସ୍ଥିିତ ପିଆର୍ଏମ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ(୬୨), କରଞ୍ଜିଆ ଅଞ୍ଚଳର ନିଦ୍ରାବତୀ ନାଏକ(୫୦) ଓ ଅନ୍ୟ ଜଣେ ଚାଉଳିଆଶୋଳ ଗ୍ରାମର ନାବାଳକ। ଆକ୍ରାନ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ପହଞ୍ଚି ଚିକିତ୍ସାସେବା ଯୋଗାଇଦେଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଶୁଦ୍ଧିକ୍ରିୟା ଭୋଜି ଖାଇବା ପାଇଁ ୧୭ ତାରିଖରେ ଗ୍ରାମର ଶତାଧିକ ଲୋକ ପହଞ୍ଚି ଥିଲେ। ବନ୍ଧୁବର୍ଗ ଓ ପ୍ରିୟଜନଙ୍କ ନିମନ୍ତେ ସେଠାରେ ପ୍ରସ୍ତୁତ ହୋଇଥିବା ମାଛ, ଭାତ, ଡାଲମା, ଖଟା ଆଦି ସମସ୍ତେ ଖାଇଥିଲେ। ଭୋଜି ଖାଇବାର ପରଦିନ ହଠାତ୍ କେତେଜଣଙ୍କର ପେଟଯନ୍ତ୍ରଣା ହେବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ବ୍ୟାପିବାରୁ ଗ୍ରାମର ୪୦ରୁ ୫୦ଜଣ ଆକ୍ରାନ୍ତ ହୋଇଥିଲେ ବୋଲି ଚିକିତ୍ସିତ ହେଉଥିବା ଗ୍ରାମର ଧରଣୀଧର ନାଏକ, ସୁଜିତ କୁମାର ନାଏକ ଓ ହେମନ୍ତ ଶେଖର ନାଏକ କହିଛନ୍ତି।
ଗୁରୁତରମାନଙ୍କୁ ପିଆର୍ଏମ୍ ମେଡିକାଲର ଝାଡ଼ାବାନ୍ତି ୱାର୍ଡରେ ଭର୍ତ୍ତିକରି ଚିକିତ୍ସା କରାଯାଉଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା, ଜଣେ ବୃଦ୍ଧ ଓ ଜଣେ ୭ବର୍ଷର ଶିଶୁଙ୍କୁୁ ମିଶାଇ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଛି। ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ମେଡିକାଲ ଟିମ୍ ପହଞ୍ଚି ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି।
ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ମିଶ୍ରଙ୍କୁ ପଚାରିବାରୁ ଗ୍ରାମରେ ଥିବା ଖୋଲା କୂଅରୁ ପାଣି ନେଇ ଭୋଜି ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ଯାଞ୍ଚ ଅଧିକାରୀ, ବଡ଼ସାହି ଡାକ୍ତରଖାନାର ଚିକିତ୍ସା ଅଧିକାରୀଙ୍କ ସମେତ ତିନୋଟି ଟିମ୍ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ଯାଞ୍ଚ ଜାରି ରଖିଛନ୍ତି। ଜଳଉତ୍ସଗୁଡ଼ିକରୁ ଜଳ ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ ପଠାଯାଇଛି। ତେବେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି ଓ ନାବାଳକଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଥିଲେ।
The post ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.