କଂଗ୍ରେସର ୫ ଗ୍ୟାରେଣ୍ଟି ଘୋଷଣା କଲେ ରାହୁଲ ଗାନ୍ଧି, ଜାଣନ୍ତୁ ଯୁବକଙ୍କ ପାଇଁ ରଖିଛନ୍ତି କ’ଣ?
ବାଂସୱାଡା ୭।୩: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଚାଲ ଚଳେଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ୱାଇନାଡ ସାଂସଦ ରାହୁଲ ଗାନ୍ଧି ଦେଶର ଯୁବବର୍ଗଙ୍କ ନିମନ୍ତେ ୫ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ମଧ୍ୟପ୍ରଦେଶରୁ ରାଜସ୍ଥାନକୁ ପହଞ୍ଚିଛି। ବାଂସୱାଡାରେ ରାହୁଲ ଗାନ୍ଧି ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଏହି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି।ନିଯୁକ୍ତି ଗ୍ୟାରେଣ୍ଟିକଂଗ୍ରେସ ନେତା କେନ୍ଦ୍ର ସରକାରରେ ୩୦ ଲକ୍ଷ ନିଯୁକ୍ତିର ଗ୍ୟାରେଣ୍ଟି ଦେଇଛନ୍ତି। ଏଥି ପାଇଁ କଂଗ୍ରେସ ଏକ କ୍ୟାଲେଣ୍ଡର ଜାରି କରିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଏହି କ୍ୟାଲେଣ୍ଡର ଅନୁସାରେ ନିର୍ଦ୍ଧାରିତ ସମୟରେ ଦେଶରେ ନିଯୁକ୍ତି ପ୍ରକ୍ରିୟା ପୁରଣ କରାଯିବ ବୋଲି କହିଛନ୍ତି।ପ୍ରଥମେ ପକ୍କା ଚାକିରୀପ୍ରତ୍ୟେକ ଡିପ୍ଲୋମା ହୋଲ୍ଡର ଅଥବା କଲେଜ ଗ୍ରାଜୁଏଟ୍ଙ୍କୁ ପବ୍ଲିକ ଅଥବା ପ୍ରାଇଭେଟ ସେକ୍ଟରରେ ୧ ବର୍ଷ ନିମନ୍ତେ ଆପ୍ରେଣ୍ଟିସସିପ୍ (ପ୍ରଶିକ୍ଷଣ) ପ୍ରଦାନ କରାଯିବ। ଏଥି ପାଇଁ କଂଗ୍ରେସ ଏକ ନୂଆ ପ୍ରଶିକ୍ଷଣ ଅଧିକାର ଅଧିନିୟମର ଗ୍ୟାରେଣ୍ଟି ଦେଇଛି। ଆପ୍ରେଣ୍ଟିସସିପ କାଳରେ ପ୍ରତ୍ୟେକ ପ୍ରଶିକ୍ଷଣାର୍ଥୀକୁ ୧ ଲକ୍ଷ ଟଙ୍କା (ମାସିକ ୮,୫୦୦ଟଙ୍କା) ବେତନ ପ୍ରଦାନ କରାଯିବାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି।wp:htmlआज राजस्थान के बांसवाड़ा
ବାଂସୱାଡା ୭।୩: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଚାଲ ଚଳେଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ୱାଇନାଡ ସାଂସଦ ରାହୁଲ ଗାନ୍ଧି ଦେଶର ଯୁବବର୍ଗଙ୍କ ନିମନ୍ତେ ୫ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ମଧ୍ୟପ୍ରଦେଶରୁ ରାଜସ୍ଥାନକୁ ପହଞ୍ଚିଛି। ବାଂସୱାଡାରେ ରାହୁଲ ଗାନ୍ଧି ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଏହି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି।
ନିଯୁକ୍ତି ଗ୍ୟାରେଣ୍ଟି
କଂଗ୍ରେସ ନେତା କେନ୍ଦ୍ର ସରକାରରେ ୩୦ ଲକ୍ଷ ନିଯୁକ୍ତିର ଗ୍ୟାରେଣ୍ଟି ଦେଇଛନ୍ତି। ଏଥି ପାଇଁ କଂଗ୍ରେସ ଏକ କ୍ୟାଲେଣ୍ଡର ଜାରି କରିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଏହି କ୍ୟାଲେଣ୍ଡର ଅନୁସାରେ ନିର୍ଦ୍ଧାରିତ ସମୟରେ ଦେଶରେ ନିଯୁକ୍ତି ପ୍ରକ୍ରିୟା ପୁରଣ କରାଯିବ ବୋଲି କହିଛନ୍ତି।
ପ୍ରଥମେ ପକ୍କା ଚାକିରୀ
ପ୍ରତ୍ୟେକ ଡିପ୍ଲୋମା ହୋଲ୍ଡର ଅଥବା କଲେଜ ଗ୍ରାଜୁଏଟ୍ଙ୍କୁ ପବ୍ଲିକ ଅଥବା ପ୍ରାଇଭେଟ ସେକ୍ଟରରେ ୧ ବର୍ଷ ନିମନ୍ତେ ଆପ୍ରେଣ୍ଟିସସିପ୍ (ପ୍ରଶିକ୍ଷଣ) ପ୍ରଦାନ କରାଯିବ। ଏଥି ପାଇଁ କଂଗ୍ରେସ ଏକ ନୂଆ ପ୍ରଶିକ୍ଷଣ ଅଧିକାର ଅଧିନିୟମର ଗ୍ୟାରେଣ୍ଟି ଦେଇଛି। ଆପ୍ରେଣ୍ଟିସସିପ କାଳରେ ପ୍ରତ୍ୟେକ ପ୍ରଶିକ୍ଷଣାର୍ଥୀକୁ ୧ ଲକ୍ଷ ଟଙ୍କା (ମାସିକ ୮,୫୦୦ଟଙ୍କା) ବେତନ ପ୍ରଦାନ କରାଯିବାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି।
wp:html
आज राजस्थान के बांसवाड़ा में आयोजित भारत जोड़ो न्याय यात्रा की जनसभा में खड़गे जी और राहुल गांधी ने युवा न्याय के लिए पाँच बड़ी गारंटी दी:
1. भर्ती भरोसा: कांग्रेस पार्टी केंद्र सरकार में 30 लाख नौकरी की गारंटी देती है। हम एक कैलेंडर जारी करेंगे और उसके अनुसार समयबद्ध तरीक़े से…— Jairam Ramesh (@Jairam_Ramesh) March 7, 2024
/wp:html
ପେପର ଲିକ୍ରୁ ମୁକ୍ତି
ରାହୁଲ ଗାନ୍ଧି ଦେଶରେ କଂଗ୍ରେସ ସରକାର ଗଠନ ପରେ ଚାକିରୀ ଅନ୍ୱେଷଣରେ ଥିବା ପ୍ରାର୍ଥୀଙ୍କୁ ପେପର ଲିକ୍ ଜନିତ ସମସ୍ୟାରୁ ମୁକ୍ତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପେପର ଲିକ୍ ରୋକିବା ନିମନ୍ତେ ଆଇନ ତିଆରି କରିବାକୁ ଗ୍ୟାରେଣ୍ଟି ଦେଉଛି। ଆମେ ନୂଆ ଆଇନ ଆଣି ଦେଶରେ ପେପର ଲିକ୍କୁ ସମ୍ପୂର୍ଣ୍ଣ ରୋକିବାକୁ ଚେଷ୍ଟା କରିବୁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଯେଉଁଥି ପାଇଁ ଏବେ ଦେଶରେ କୋଟି କୋଟି ଯୁବକଙ୍କ ସମୟ ଓ ଅର୍ଥ ଅପଚୟ ହେଉଛି।
ଗିଗ୍ ଇକୋନମିରେ ସାମାଜିକ ସୁରକ୍ଷା
କଂଗ୍ରେସ ଗିଗ୍ ଇକୋନମିରେ ପ୍ରତ୍ୟେକ ବର୍ଷ ରୋଜଗାର ସନ୍ଧାନରେ ଥିବା ଲକ୍ଷଲକ୍ଷ ଯୁବକଙ୍କ ନିମନ୍ତେ ଉନ୍ନତ କାର୍ଯ୍ୟସ୍ଥିତି (ୱାର୍କିଂ କଣ୍ଡିସନ)ର ଗ୍ୟାରେଣ୍ଟି ଦେଇଛି। ଏଥିରେ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆଇନ ଆଣିବାକୁ ବି ଗ୍ୟାରେଣ୍ଟି ଦେଇଛି।
ୟୁବା ରୋସନୀ
୫ବର୍ଷ ଅବଧି ନିମନ୍ତେ ଦେଶର ସବୁ ଜିଲ୍ଲାରେ ଆବଣ୍ଟିତ ସୁବିଧା ଥାଇ କଂଗ୍ରେସ ୫,୦୦୦ କୋଟି ଟଙ୍କାର ଏକ ପାଣ୍ଠି ସ୍ଥାପନା କରିବାକୁ ଘୋଷଣା କରିଛି। ୪୦ରୁ କମ ବୟସର ଯୁବକମାନଙ୍କୁ କୌଣସି କ୍ଷେତ୍ରରେ ନିଜର କାରବାର ନିମନ୍ତେ ଷ୍ଟାର୍ଟ-ଅପ ଫଣ୍ଡିଂର ଲାଭ ନେଇ ପାରିବେ ବୋଲି କୁହାଯାଇଛି।
ଏଥିରେ କଂଗ୍ରେସ ନେତା ଜୟରାମ ରମେଶ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଗତ ୧୦ ବର୍ଷର ଅନ୍ୟାୟ କାଳକୁ ଭୟଙ୍କର ବେକାରୀ ସଂକଟ ବୁଝାଯାଇପାରେ । ଏହି ଅନ୍ୟାୟ କାଳ ଲକ୍ଷଲକ୍ଷ ଶିକ୍ଷିତ ଯୁବକଙ୍କୁ ସେମାନଙ୍କ ଆର୍ଥିକ ଭବିଷ୍ୟତକୁ ଉନ୍ନତ କରିବାରେ ଅଥବା ରାଷ୍ଟ୍ରନିର୍ମାଣରେ ଯୋଗଦାନ କରିବାରୁ ବଞ୍ଚିତ କରିଦେଇଛି। ଆମେ ଯୁବ ବର୍ଗଙ୍କ ନିମନ୍ତେ ଏପରି ପଦକ୍ଷେପ ନେବୁ ଯାହା ଦ୍ୱାରା ପ୍ରତ୍ୟେକ ଯୁବକ ନିଜ ଭବିଷ୍ୟତ ସୁରକ୍ଷିତ କରିବା ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ସକ୍ଷମ ହେବ ବୋଲି ଉଲ୍ଲେଖ କରିଛନ୍ତି।