ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ ଟ୍ରକ୍‌ ଫସି ରହିଥିବା ଦେଖିବାକୁ ମିଳିଛି। ଉକ୍ତ କଂକ୍ରିଟ ରାସ୍ତାଟି ୨୦୨୩-୨୪ ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅଟକଳରେ ୬ମାସ ତଳେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ତେବେ ରାସ୍ତା ନିର୍ମାଣରେ ଅନିୟମିତତା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। […] The post ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌ appeared first on Dharitri Odia News.

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ ଟ୍ରକ୍‌ ଫସି ରହିଥିବା ଦେଖିବାକୁ ମିଳିଛି। ଉକ୍ତ କଂକ୍ରିଟ ରାସ୍ତାଟି ୨୦୨୩-୨୪ ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅଟକଳରେ ୬ମାସ ତଳେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ତେବେ ରାସ୍ତା ନିର୍ମାଣରେ ଅନିୟମିତତା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, କର୍ଲାମୁଣ୍ଡା ପଞ୍ଚାୟତ ସମିତିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆତ୍ମା ଗୃହଠାରୁ ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହ ପର୍ଯ୍ୟନ୍ତ ରାସ୍ତା କଂକ୍ରିଟ କରଣ କାର୍ଯ୍ୟ ହୋଇଥିଲା।

The post ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌ appeared first on Dharitri Odia News.