ଖୁସି ଖବର ଦେଲେ ଦୀପିକା, ବିବାହର ୬ ବର୍ଷ ପରେ ବାପା ହେବେ ରଣବୀର...

ଗୁଡ୍ ନ୍ୟୁଜ୍ ଦେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ । ବିବାହର ୬ ବର୍ଷ ପରେ ଗର୍ଭବତୀ ଥିବା ସ୍ପଷ୍ଟ କଲେ ଦୀପିକା ।

ଖୁସି ଖବର ଦେଲେ ଦୀପିକା, ବିବାହର ୬ ବର୍ଷ ପରେ ବାପା ହେବେ ରଣବୀର...

ଗୁଡ୍ ନ୍ୟୁଜ୍ ଦେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ । ବିବାହର ୬ ବର୍ଷ ପରେ ଗର୍ଭବତୀ ଥିବା ସ୍ପଷ୍ଟ କଲେ ଦୀପିକା । ନିକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଥିଲା । ଏବେ ଚର୍ଚ୍ଚା ଉପରୁ ପରଦା ହଟିଛି । ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି ନିଜେ ଦୀପିକା । ସେପ୍ଟେମ୍ବରରେ ସେ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି । ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍‌ ମାନେ ପ୍ରବଳ ଖୁସି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ପଛରେ ପକେଇଲେ ଦୀପିକା ପାଦୁକୋନ୍

କିଛି ଦିନ ତଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହଙ୍କୁ, ଦୀପିକା ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ପରେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି ।

ଅଧିକ ପଢ଼ନ୍ତୁ: ମୁକେଶ ଅମ୍ବାନୀଙ୍କୁ ଆଲିଙ୍ଗନ କଲେ ଦୀପିକା ପାଦୁକୋନ; ଭିଡିଓ ହେଲା ଭାଇରାଲ୍

ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ବେବି ବମ୍ପ ନଜର ଆସୁଥିବା କଥା ଲୋକେ କହିବା ଆରମ୍ଭ କରିଥିଲେ । ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକା ଆଜି ଇନଷ୍ଟାରେ ଏକ ପୋଷ୍ଟ କରି ଗର୍ଭବତୀ ଅଛନ୍ତି ବୋଲି ଜଣାଇଛନ୍ତି ।