ପୁରାଣ, ଇତିହାସ ଓ ଭାରତ

ଭାରତରେ ଇତିହାସ ଓ ପୁରାଣ ଶବ୍ଦ ୨୫୦୦ ବର୍ଷ ଧରି ବ୍ୟବହୃତ ହୋଇ ଆସିଛି। ଅନେକ ଅନୁମାନ କରନ୍ତି ଯେ, ଇତିହାସ ଏବଂ ପୁରାଣ ମଧ୍ୟରେ ଥିବା ପାର୍ଥକ୍ୟ ବହୁ ପ୍ରାଚୀନ। କିନ୍ତୁ ବାସ୍ତବରେ ଇତିହାସ ଏବଂ ପୁରାଣ ମଧ୍ୟରେ ବିଭେଦ କେବଳ ଊନବିଂଶ ଶତାବ୍ଦୀରେ ଘଟିଛି। ଅତୀତକୁ ଜାଣିବା ପାଇଁ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ଯୋଗୁ ଏହା ହୋଇଛି। ବୈଦିକ ଲୋକଙ୍କ ପାଇଁ ଏହି ଦୁଇଟି ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଇତିହାସ ମରଣଶୀଳ […] The post ପୁରାଣ, ଇତିହାସ ଓ ଭାରତ appeared first on Dharitri Odia News.

ପୁରାଣ, ଇତିହାସ ଓ ଭାରତ

ଭାରତରେ ଇତିହାସ ଓ ପୁରାଣ ଶବ୍ଦ ୨୫୦୦ ବର୍ଷ ଧରି ବ୍ୟବହୃତ ହୋଇ ଆସିଛି। ଅନେକ ଅନୁମାନ କରନ୍ତି ଯେ, ଇତିହାସ ଏବଂ ପୁରାଣ ମଧ୍ୟରେ ଥିବା ପାର୍ଥକ୍ୟ ବହୁ ପ୍ରାଚୀନ। କିନ୍ତୁ ବାସ୍ତବରେ ଇତିହାସ ଏବଂ ପୁରାଣ ମଧ୍ୟରେ ବିଭେଦ କେବଳ ଊନବିଂଶ ଶତାବ୍ଦୀରେ ଘଟିଛି। ଅତୀତକୁ ଜାଣିବା ପାଇଁ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ଯୋଗୁ ଏହା ହୋଇଛି। ବୈଦିକ ଲୋକଙ୍କ ପାଇଁ ଏହି ଦୁଇଟି ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଇତିହାସ ମରଣଶୀଳ ବ୍ୟକ୍ତିଙ୍କ ସମ୍ପର୍କରେ କହେ ଓ ପ୍ରତ୍ୟକ୍ଷଦର୍ଶୀ କଥାକାରଙ୍କ ଦ୍ୱାରା ଏହା ବର୍ଣ୍ଣନା କରାଯାଇଛି। ରାମାୟଣ ଏବଂ ମହାଭାରତ ପ୍ରଥମ ଇତିହାସ ହୋଇଥିବାବେଳେ ପୁରୁଣା ବୈଦିକ ଗ୍ରନ୍ଥ ଯଥା ବ୍ରାହ୍ମଣ ଏବଂ ବୃହଦ୍‌ଦେବତା ଭଳି ଅନେକ ଇତିହାସ ଅଛି। ଏଥିରେ ସେହି ସମୟର କାହାଣୀଗୁଡ଼ିକ ସ୍ଥାନିତ କରାଯାଇଛି। ସବୁ ଚରିତ୍ର ବା ବ୍ୟକ୍ତିଙ୍କୁ ପୃଥିବୀର ଚାରିଟି ଯୁଗ ମଧ୍ୟରେ ରଖାଯାଇଛି। ପୁରାଣ ଦେବତାମାନଙ୍କ ସମ୍ପର୍କରେ କହେ, ଯେଉଁମାନେ ମର୍ତ୍ତ୍ୟର ବହୁ ଉପରେ ସ୍ବର୍ଗରେ ରହନ୍ତି।
ଅନେକଙ୍କ ପାଇଁ ପୁରାଣ ହେଉଛି ଆଦ୍ୟ ଇତିହାସ। ଦେବତାମାନେ କେବଳ ପୂଜ୍ୟ ପୂର୍ବପୁରୁଷ। ଖ୍ରୀଷ୍ଟିଆନ୍‌ମାନଙ୍କ ମତେରେ ବାଇବେଲ ବାସ୍ତବ ତଥ୍ୟ ଉପସ୍ଥାପନ କରେ, କଳ୍ପିତ ଘଟଣା ନୁହେଁ। ମୁସଲମାନମାନଙ୍କ ପାଇଁ କୋରାନ୍‌ ହେଉଛି ମନୁଷ୍ୟର ବିନା ହସ୍ତକ୍ଷେପରେ ଈଶ୍ୱରଙ୍କ ସହ କଥାବାର୍ତ୍ତାର ଏକ ସମ୍ପୂର୍ଣ୍ଣ ଲିଖିତ ଗ୍ରନ୍ଥ। ଯେତେବେଳେ ଖ୍ରୀଷ୍ଟିଆନ୍‌ ଏବଂ ମୁସଲମାନମାନେ ରାମାୟଣ ଓ ମହାଭାରତକୁ ପୁରାଣ ବୋଲି ଦାବି କରନ୍ତି, ସେତେବେଳେ ହିନ୍ଦୁମାନେ ଉତ୍ତେଜିତ ହୁଅନ୍ତି। କିନ୍ତୁ ଆମକୁ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ ଯେ, ଏସବୁ ସତ୍ୟ ନା କେବଳ ବିଶ୍ୱାସ। ଦେବତା ଜଣେ ଦେବଦୂତଙ୍କ ମାଧ୍ୟମରେ ମରୁଭୂମିରେ ଜଣେ ବଣିକଙ୍କ ସହ କଥା ହୋଇଥିଲେ କି? ଈଶ୍ବରଙ୍କ ପୁତ୍ର ଏକ କୁମାରୀଙ୍କଠାରୁ ଜନ୍ମ ହୋଇଥିଲେ ଏବଂ ତାଙ୍କୁ ହତ୍ୟା କରାଯିବା ପରେ ପୁନର୍ଜୀବନ ଲାଭ କରିଥିଲେ କି? ଈଶ୍ବର ପୃଥିବୀରେ ଜଣେ ରାଜା ଭାବରେ ଏବଂ ପରେ ଗୋପାଳକ ଭାବରେ ବିଚରଣ କରିଥିଲେ କି? ଦେବତାମାନେ ଟ୍ରୋୟ ସହର ନିର୍ମାଣ କରି ଏହାର ପତନ ଘଟାଇଥିଲେ କି?
ଐତିହାସିକମାନଙ୍କ କହିବା ଅନୁଯାୟୀ, ଭଗବାନ୍‌ ବା ଦେବତା ଐତିହାସିକ ଚରିତ୍ର ନୁହନ୍ତି। ସେମାନେ ସର୍ବଶ୍ରେଷ୍ଠ ରୂପାନ୍ତର, ପ୍ରତୀକ, ବିଶ୍ୱାସର ଅବତାର ଏବଂ ସାଂସ୍କୃତିକ ସତ୍ୟର ବାହକ, ଯାହା ସମ୍ପ୍ରଦାୟକୁ ଏକାଠି କରେ। ଇତିହାସ ହେଉଛି ମଣିଷର କ୍ଷେତ୍ର। ଆଧୁନିକ ଧର୍ମନିରପେକ୍ଷ ସମାଜଗୁଡ଼ିକ ଦୈବୀ ବିଚାରଧାରାରେ ସୀମିତ ନ ରହି ସମ୍ପତ୍ତି, ନ୍ୟାୟ, ସମାନତା ଏବଂ ମାନବ ଅଧିକାର ଭଳି ଧାରଣା ଦ୍ୱାରା ପରିଚାଳିତ। ଏସବୁ ମଧ୍ୟ ବିଶ୍ୱାସ। ପୁରାଣଗୁଡ଼ିକ ଏକ ସ୍ପଷ୍ଟ ତଥା ସବିଶେଷ ବର୍ଣ୍ଣନା ବିନା ଉପସ୍ଥାପିତ କରାଯାଇଛି। ଊନବିଂଶ ଶତାବ୍ଦୀରେ ପୁରାଣ ଶବ୍ଦ କେବଳ ବହୁଭାଷୀ ସଂସ୍କୃତି ପାଇଁ ବ୍ୟବହୃତ ହୋଇଥିଲା। ବିଂଶ ଶତାବ୍ଦୀରେ ପୌରାଣିକ ଶବ୍ଦ ବହୁଦେବବାଦୀ ସଂସ୍କୃତିକୁ ଅନ୍ତର୍ଭୁକ୍ତ କରିଥିଲା। ସମସ୍ତ ପାରମ୍ପରିକ ଜ୍ଞାନ ଅଯୌକ୍ତିକ ଏବଂ ପୌରାଣିକ ଥିଲା। ଏକବିଂଶ ଶତାବ୍ଦୀରେ ପୁରାଣ ଶବ୍ଦରେ ନାସ୍ତିକ ସଂସ୍କୃତି ଅନ୍ତର୍ଭୁକ୍ତ ହୋଇଛି, କାରଣ କୌଣସି ସଂସ୍କୃତି ଯୁକ୍ତିଯୁକ୍ତତା ଉପରେ ଆଧାରିତ ନୁହେଁ। ମଣିଷ ସେମାନଙ୍କର ଜୀବନର ଅର୍ଥ ସ୍ବୀକାର କରିବା ପାଇଁ ବିଶ୍ୱାସ ଆବଶ୍ୟକ କରନ୍ତି। ଅନେକ ହିନ୍ଦୁ ପଣ୍ଡିତ ରାମାୟଣ ଓ ମହାଭାରତକୁ ଇତିହାସ ବୋଲି ଦାବି କରିଥାନ୍ତି ଏବଂ ଏବେ ସୁଦ୍ଧା ପୁରାତନ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଚନ୍ଦ୍ରଗହଣ ଓ ସୂର୍ଯ୍ୟୋପରାଗ ଭଳି ମହାଜାଗତିକ ଘଟଣାକୁ ସେମାନେ ପାଳନ କରନ୍ତି। ଫଳସ୍ବରୂପ, ମହାଭାରତ ରଚନା ସମୟ ଖ୍ରୀଷ୍ଟପୂର୍ବ ୩୧୦୧ ମସିହାର ବୋଲି କୁହାଯାଇଛି। ବିଭିନ୍ନ ପଣ୍ଡିତମାନେ ରାମାୟଣର ରଚନା ସମୟକୁ ଖ୍ରୀଷ୍ଟପୂର୍ବ ୧୨୨୦୯ରୁ ଖ୍ରୀଷ୍ଟପୂର୍ବ ୧୯୨୦ ମଧ୍ୟରେ ଭିନ୍ନ ଭିନ୍ନ ଭାବେ ଦର୍ଶାଯାଇଛି। ହେଲେ ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ଏହିସବୁ କାବ୍ୟ ୨,୦୦୦ ବର୍ଷ ପୂର୍ବେ ରଚନା ହୋଇଥିଲା। ଏକ ହଜାର ବର୍ଷ ପୂର୍ବେ (୧୦୦୦ ଖ୍ରୀଷ୍ଟପୂର୍ବ) ଯେତେବେଳେ ଆର୍ଯ୍ୟମାନେ ଗଙ୍ଗା ଯମୁନା ଅବବାହିକାକୁ ଯାଇଥିଲେ, ସେତେବେଳେ ଏହା ରଚନା କରାଯାଇଥିଲା। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁଯାୟୀ, ସେହି ଅଞ୍ଚଳରୁ ମିଳିଥିବା ପେଣ୍ଟେଡ ଗ୍ରେୱେର୍‌ (ପିଜିଡବ୍ଲ୍ୟୁ) ବା ଚିତ୍ରିତ ଧୂସର ମାଟିପାତ୍ର ପୂର୍ବ ସଂସ୍କୃତିର ସ୍ଥାନାନ୍ତରକୁ ସୂଚିତ କରେ। ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଖ୍ରୀଷ୍ଟପୂର୍ବ ୨୦୦ ରୁ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅର୍ଥାତ୍‌ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିବା ମୌର୍ଯ୍ୟ ଏବଂ ବ୍ରାହ୍ମଣମାନଙ୍କ ପୃଷ୍ଠପୋଷକତା କରିଥିବା ଗୁପ୍ତ ବଂଶର ଶାସନ ମଧ୍ୟରେ ଘଟିଥିତ୍ବା କାହାଣୀ ବର୍ଣ୍ଣନା କରନ୍ତି। ଏହା ଏକ ପରିବର୍ତ୍ତନ ଏବଂ ଅଶାନ୍ତିର ସମୟ ଥିଲା, ଯେତେବେଳେ ଉତ୍ତରର ଅଧିକାଂଶ ଭାଗ ମଧ୍ୟ ଏସିଆରୁ ଆସିଥିବା ଯାଯାବରଙ୍କ (ସ୍କିଥିଆନ, ପାର୍ଥିଆନ ଏବଂ କୁଶାଣ) ଦ୍ୱାରା ନିୟନ୍ତ୍ରିତ ହୋଇଥିଲା।
ରାମାୟଣ ଏବଂ ମହାଭାରତ ସମୟସୀମା ଓ ସେମାନଙ୍କର ଭୌଗୋଳିକ କ୍ଷେତ୍ରକୁ ନେଇ ଦ୍ୱନ୍ଦ୍ୱ ରହିଛି। ସମସ୍ତେ ଜାଣନ୍ତି ଯେ, ରାମାୟଣରେ ବର୍ଣ୍ଣିତ ସାମ୍ରାଜ୍ୟଗୁଡ଼ିକ ଗଙ୍ଗା ନଦୀ ଅବବାହିକାରୁ ଦକ୍ଷିଣ ପଶ୍ଚିମ ମାଳଭୂମି ଦେଇ ଭାରତ ମହାସାଗରରେ ଶ୍ରୀଲଙ୍କା ଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି। ହେଲେ ପୁରାତନ ଗ୍ରନ୍ଥ ବିପରୀତ ମତ ରଖେ। ଏଥିରେ ମହାକାବ୍ୟର ଭୌଗୋଳିକ ସୀମା ବିନ୍ଧ୍ୟ ପର୍ବତକୁ ଟପି ନାହିଁ। ବାନର ଏବଂ ରାକ୍ଷସଙ୍କ ସାମ୍ରାଜ୍ୟ ଶାଳ ଗଛରେ ପରିପୂର୍ଣ୍ଣ, ଯାହା କେବଳ ଉତ୍ତରରେ ଅର୍ଥାତ୍‌ ବର୍ତ୍ତମାନର ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଅବସ୍ଥିତ। ମହାଭାରତର କ୍ଷେତ୍ର ଉତ୍ତର ଦିଗକୁ ହିମାଳୟ ଆଡ଼କୁ ଥିବା ସୂଚିତ କରେ। ପର୍ବତଗୁଡ଼ିକୁ ରାକ୍ଷସ ଏବଂ ଦେବତାମାନଙ୍କ କ୍ଷେତ୍ର ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଏବେ ବୌଦ୍ଧଙ୍କ ଦ୍ୱାରା ନିର୍ମିତ ମହାରାଷ୍ଟ୍ରର ଗୁମ୍ଫାଗୁଡ଼ିକ ପାଣ୍ଡବଙ୍କ ଦ୍ୱାରା କରାଯାଇଛି ବୋଲି ଟୁରିଷ୍ଟ ମାର୍ଗଦର୍ଶିକାଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ଅଶୋକ ସ୍ତମ୍ଭକୁ ଅନେକ ବର୍ଷ ପୂର୍ବେ ଭୀମଙ୍କ ଲାଠି ଭାବରେ ବିବେଚନା କରାଯାଉଥିଲା। ଭୀମବେଟ୍‌କା ଗୁମ୍ଫାଗୁଡ଼ିକ ଭୀମା ପରିଦର୍ଶନ କରିଥିବା ସ୍ଥାନ ବୋଲି କୁହାଯାଏ।
ମୂଳ ଇତିହାସର ପରିସର ଉତ୍ତରର କେଦାର ଜଙ୍ଗଲରୁ ଦକ୍ଷିଣର ଶାଳ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି; ବିନ୍ଧ୍ୟ ପର୍ବତ ପରକୁ ନୁହେଁ । କିନ୍ତୁ ଯେହେତୁ ବ୍ରାହ୍ମଣମାନେ ଦକ୍ଷିଣ ଦିଗକୁ ଗଲେ, ଆର୍ଯ୍ୟବ୍ରତର ଧାରଣା ଅନ୍ୟ ନଦୀ ଉପତ୍ୟକା ଏବଂ ସମୁଦ୍ରକୂଳକୁ ମଧ୍ୟ ବିସ୍ତାର ହେବା ସହ ମହାକାବ୍ୟର ଭୌଗୋଳିକ ପରିସର ବିସ୍ତାର ହୋଇଥିବାର ଦେଖୁ। ଦଶମ ଶତାବ୍ଦୀରେ ଚୋଳ ଶାସନ ସମୟରେ ଶ୍ରୀଲଙ୍କା ରାବଣଙ୍କ ସାମ୍ରାଜ୍ୟ ଭାବରେ ଏବଂ ପଞ୍ଚଦଶ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟ ସମୟରେ କର୍ନାଟକକୁ ବାନରଙ୍କ ରାଜ୍ୟ କିସ୍‌କିନ୍ଦା ଭାବରେ ପରିଚିତ ଥିଲେ। କୋଣାର୍କ ଏବଂ କେରଳ ଉପକୂଳ ପର୍ଶୁରାମଙ୍କ କ୍ଷେତ୍ର ଥିଲା। ଦକ୍ଷିଣ ପର୍ବତଗୁଡ଼ିକୁ ଦକ୍ଷିଣ କୈଳାସ କୁହାଯାଉଥିଲା। ଦକ୍ଷିଣର ନଦୀଗୁଡ଼ିକୁ ଦକ୍ଷିଣ ଗଙ୍ଗା ଏବଂ ଦକ୍ଷିଣ ସହରଗୁଡ଼ିକୁ ଦକ୍ଷିଣ କାଶୀ କୁହାଯାଉଥିଲା। ଦକ୍ଷିଣ ରାଜାମାନେ କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ଖାଦ୍ୟ ଯୋଗାଉଥିଲେ। ଦେଖିବାକୁ ଗଲେ ଇତିହାସ ତୁଳନାରେ ପୁରାଣ ଭାରତକୁ ଅଧିକ ଏକଜୁଟ କରିବାରେ ଭଲ କାମ କରିଛି।
-devduttofficial@gmail.com

The post ପୁରାଣ, ଇତିହାସ ଓ ଭାରତ appeared first on Dharitri Odia News.