ଦୋଳ ପୂର୍ଣ୍ଣିମା: ଗାଁଠୁ ସହର ସବୁଠି ଉତ୍ସବମୁଖର

ବାଲିଗୁଡ଼ା,୧୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ବାଲିଗଡ଼ା ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଦୋଳ ଗୋବିନ୍ଦଙ୍କ ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା। ରାଧାକୃଷ୍ଣଙ୍କର ଯୁଗଳ ମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥିଲେ। ରାଧାକୃଷ୍ଣ ବିମାନରେ ବିରାଜମାନ କରି ପ୍ରତି ସାହି ପରିକ୍ରମା […] The post ଦୋଳ ପୂର୍ଣ୍ଣିମା: ଗାଁଠୁ ସହର ସବୁଠି ଉତ୍ସବମୁଖର appeared first on Dharitri Odia News.

ଦୋଳ ପୂର୍ଣ୍ଣିମା: ଗାଁଠୁ ସହର ସବୁଠି ଉତ୍ସବମୁଖର

ବାଲିଗୁଡ଼ା,୧୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ବାଲିଗଡ଼ା ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଦୋଳ ଗୋବିନ୍ଦଙ୍କ ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା।

ରାଧାକୃଷ୍ଣଙ୍କର ଯୁଗଳ ମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥିଲେ। ରାଧାକୃଷ୍ଣ ବିମାନରେ ବିରାଜମାନ କରି ପ୍ରତି ସାହି ପରିକ୍ରମା କରି ଘରେ ଘରେ ଭୋଗ ଖାଇଥାନ୍ତି। ଶନିବାର ପାଳିତ ହେବ ରଙ୍ଗର ପର୍ବ ହୋଲି । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଛି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ଭାବେ ଦୋଳ ଉତ୍ସବ ପାଳନ ହୋଇଯାଇଛି।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ନୀତି ନିର୍ଘଣ୍ଟ ଅନୁଯାୟୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିଥିଲେ । ଏଥିପାଇଁ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ ଭିଡ ଜମାଇ ନିଜ ନିଜ ଭିତରେ ମଧ୍ୟ ଫଗୁ ଅବିର ଖେଳିଥିଲେ। ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

The post ଦୋଳ ପୂର୍ଣ୍ଣିମା: ଗାଁଠୁ ସହର ସବୁଠି ଉତ୍ସବମୁଖର appeared first on Dharitri Odia News.