ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌…

ଭୁବନେଶ୍ୱର,୨୪।୯: ପ୍ରଥମ କିସ୍ତିରେ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ […] The post ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌… appeared first on Dharitri Odia News.

ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌…

ଭୁବନେଶ୍ୱର,୨୪।୯: ପ୍ରଥମ କିସ୍ତିରେ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ ।

ତେବେ ଯେଉଁମାନଙ୍କର ୧୭ତାରିଖ ଦିନ ଟଙ୍କା ଆସିନାହିଁ ସେମାନେ କ’ଣ ଦ୍ୱିତୀୟ ଥର ଆବେଦନ କରିପାରିବେ? ଯଦି ଆପଣଙ୍କ ପ୍ରଥମ ଆବେଦନରେ ଟଙ୍କା ମିଳିନାହିଁ କିମ୍ବା ଆପଣ ଅଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ତେବେ ପରବର୍ତ୍ତୀ ସମୟରେ ଆବେଦନ କରିପାରିବେ। ଏବଂ ଯଦି ପରବର୍ତ୍ତୀ ସମୟରେ ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଆବେଦନ ତାରିଖ ନିର୍ବିଶେଷରେ ସେ ସେହି ବର୍ଷର କିସ୍ତି ଗ୍ରହଣ କରିବେ

ସୂଚନାଥାଉ କି, ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସେଭଳି କୌଣସି ଆବେଦନ ସୀମା ନାହିଁ । ଯେଉଁମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ ସେମାନେ ପୁଣିଥରେ ଆବେଦନ କରିଲେ ପରେ ମିଳିବ । ଏପରିକି ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ନପାଇବେ ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଏକାବେଳେ ଦୁଇଟି କିସ୍ତି ମିଳିବ । କିନ୍ତୁ ଆପଣଙ୍କ ଦରକାରୀ ଡକ୍ୟୁମେଣ୍ଟ ଦେଇଥିବା ଜରୁରୀ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ ।

ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ । ଏ ନେଇ ଗାଇଡଲାଇନରେ ସ୍ପଷ୍ଟ କରିସାରିଛନ୍ତି ରାଜ୍ୟ ସରକାର । ବର୍ଷକୁ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ମିଳିବ । ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ । ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ଏହି ଟଙ୍କା ମିଳିବ । ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ମଧ୍ୟ ପ୍ରଥମ କିସ୍ତିର ଲାଭ ପାଇବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚରେ ୧୦ରେ ଟଙ୍କା ପାଇବେ ।

The post ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌… appeared first on Dharitri Odia News.