ଘରକୁ ଫେରିପାରିଲେନି ବାପୁ, ମଲ୍କାନି ଘାଟିରେ ବାଇକ୍ ଧକ୍କା ଦେବା ପରେ…
ଖଜୁରୀପଡ଼ା,୨୭ା୫( ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ସୀମାନ୍ତରେ ଥିବା ମଲ୍କାନି ଘାଟି ବେଡ଼ଦାପଦର ଛକରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ ମୁହାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ହେମନ୍ତ ଭୋଇ ( ୪୦)ବାପୁ। ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ। ଖଲିବେରେଣା ଗାଁର ହେମନ୍ତ ଛେଳି ଖୋଜିବାକୁ ଯାଇ ଘରକୁ ଜଣଙ୍କ ଲୁନା ଗାଡ଼ିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ (ନଂ. ଓଡ଼ି ୨୯ ଡି […] The post ଘରକୁ ଫେରିପାରିଲେନି ବାପୁ, ମଲ୍କାନି ଘାଟିରେ ବାଇକ୍ ଧକ୍କା ଦେବା ପରେ… appeared first on Dharitri Odia News.
ଖଜୁରୀପଡ଼ା,୨୭ା୫( ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ସୀମାନ୍ତରେ ଥିବା ମଲ୍କାନି ଘାଟି ବେଡ଼ଦାପଦର ଛକରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ ମୁହାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ହେମନ୍ତ ଭୋଇ ( ୪୦)ବାପୁ। ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ। ଖଲିବେରେଣା ଗାଁର ହେମନ୍ତ ଛେଳି ଖୋଜିବାକୁ ଯାଇ ଘରକୁ ଜଣଙ୍କ ଲୁନା ଗାଡ଼ିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ (ନଂ. ଓଡ଼ି ୨୯ ଡି ୨୫୦୦) ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟେ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲ ଏବଂ ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଫୁଲବାଣୀରେ ହେମନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
The post ଘରକୁ ଫେରିପାରିଲେନି ବାପୁ, ମଲ୍କାନି ଘାଟିରେ ବାଇକ୍ ଧକ୍କା ଦେବା ପରେ… appeared first on Dharitri Odia News.