ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ
ଲୋଇସିଂହା,୧୭।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଘାରିଲା ପ୍ରତିବାଦ ଭୟ। ରବିବାର ସନ୍ଧ୍ୟାରେ ଲୋଇସିଂହା ବ୍ଲକ ଝାରମୁଣ୍ଡାଗସ୍ତ ଅବସରରେ ବିରୋଧୀଙ୍କ ପ୍ରତିବାଦ ଆଶଙ୍କା କରି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମନ୍ତ୍ରୀ ଅଟକି ରହିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀରରୁ ଅତିରିକ୍ତ ପୋଲିସ ଫୋର୍ସ ଆସିବା ପରେ ରାତି ୮ଟାରେ ଆଗଲପୁର ବ୍ଲକ ଆମ୍ବଝରଣରେ ହେଉଥିବା ଏକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା […] The post ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ appeared first on Dharitri Odia News.
ଲୋଇସିଂହା,୧୭।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଘାରିଲା ପ୍ରତିବାଦ ଭୟ। ରବିବାର ସନ୍ଧ୍ୟାରେ ଲୋଇସିଂହା ବ୍ଲକ ଝାରମୁଣ୍ଡାଗସ୍ତ ଅବସରରେ ବିରୋଧୀଙ୍କ ପ୍ରତିବାଦ ଆଶଙ୍କା କରି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମନ୍ତ୍ରୀ ଅଟକି ରହିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀରରୁ ଅତିରିକ୍ତ ପୋଲିସ ଫୋର୍ସ ଆସିବା ପରେ ରାତି ୮ଟାରେ ଆଗଲପୁର ବ୍ଲକ ଆମ୍ବଝରଣରେ ହେଉଥିବା ଏକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା ଜଣାପଡିଛି।
ରବିବାର ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମରେ ଚାଲିଥିବା ପାରାୟଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହାଲିଙ୍ଗ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଏତିକିବେଳେ ମିନି ଷ୍ଟାଡିୟମ ପରିସରରେ ରହିଛି ଗ୍ରାମର ଆଥ୍ଲେଟିକ ଆସୋସିଏଶନ। କୁଆଡେ ଆଥଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଗ୍ରାମର ଶତାଧିକ ଲୋକ ସମବେତ ହୋଇଥିଲେ। ଏହି ସମୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ, ମନ୍ତ୍ରୀଙ୍କୁ ପ୍ରତିବାଦ କରାଯିବ।
ଏନେଇ ଭାଜପା କର୍ମୀ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଚିନ୍ତାରେ ପଡିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ପୋଲିସକୁ ବାରମ୍ବାର ପଇତରା ମାରିବାକୁ ପଡିଥିଲା। ଏପରିକି ପୋଲିସକୁ ବଲାଙ୍ଗୀରରୁ ଅତିରିକ୍ତ ଫୋର୍ସ ମାଗିବାକୁ ପଡ଼ିଥିଲା ।
ପରବର୍ତ୍ତୀ ସମୟରେ ବୁଝାଶୁଝା ପରେ ଆଥ୍ଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଏବଂ ସଫେଇ କାର୍ଯ୍ୟ ପାଇଁ ଲୋକ ରୁଣ୍ଡ ହୋଇଥିବା ଜଣାପଡିଥିଲା। ଏନେଇ ପ୍ରଶାସନ ଓ ଭାଜପା କର୍ଯ୍ୟକର୍ତ୍ତା ଆଶ୍ବସ୍ତ ହୋଇଥିଲେ।
The post ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ appeared first on Dharitri Odia News.