ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍ଆର୍ସିରେ ମାମଲା ରୁଜୁ
କଟକ,୨୭ା୩(କାର୍ତ୍ତିକ ସାହୁ): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ଓଡ଼ିଶା ମାନବିକ ଆୟୋଗ(ଓଏଚ୍ଆର୍ସି)ରେ ଏକ ମାମଲା ବୁଧବାର ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ ଆୟୋଗଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ଆବେଦନକାରୀ ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ନିବେଦନ କରିଛନ୍ତି। ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ଓ ରାଜ୍ୟ ଜଳ ନିୟମ ଏବଂ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ବିଫଳତାକୁ ନେଇ ଆୟୋଗଙ୍କ ନିକଟରେ ପ୍ରତିପକ୍ଷମାନେ ଜବାବ […] The post ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍ଆର୍ସିରେ ମାମଲା ରୁଜୁ appeared first on Dharitri Odia News.
କଟକ,୨୭ା୩(କାର୍ତ୍ତିକ ସାହୁ): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ଓଡ଼ିଶା ମାନବିକ ଆୟୋଗ(ଓଏଚ୍ଆର୍ସି)ରେ ଏକ ମାମଲା ବୁଧବାର ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ ଆୟୋଗଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ଆବେଦନକାରୀ ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ନିବେଦନ କରିଛନ୍ତି। ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ଓ ରାଜ୍ୟ ଜଳ ନିୟମ ଏବଂ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ବିଫଳତାକୁ ନେଇ ଆୟୋଗଙ୍କ ନିକଟରେ ପ୍ରତିପକ୍ଷମାନେ ଜବାବ ରଖିବାକୁ ପିଟିଶନ୍ରେ ଦର୍ଶାଯାଇଛି। ଏହି ସମସ୍ୟାର ନିରାକରଣ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଜଣାଇବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ଏଥିସହ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂତନ ନାଶନାଲ ଓ୍ବାଟର ପଲିସି ଲାଗୁ କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ଜବାବ ରଖିବା ନିମନ୍ତେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ସମ୍ବଲପୁର ଜିଲାପାଳ, ସମ୍ବଲପୁର ପୌର ନିଗମ କମିସନର ଓ ଓଡ଼ିଶା ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିଥିବା ନେଇ ଗତ ୨୫ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ଟିମ୍ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପାନୀୟ ଜଳ ପ୍ରଦୂଷିତ ହେବା ଦ୍ୱାରା ଏଭଳି ଘଟଣା ଘଟିଛି ବୋଲି ଆଶଙ୍କା କରାଯାଇଥିଲା।
The post ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍ଆର୍ସିରେ ମାମଲା ରୁଜୁ appeared first on Dharitri Odia News.