ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌

ଓ୍ବାଶିଂଟନ,୧୯ା୭: ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ପଛକୁ ଫେରିଯିବେ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ। ଏକ ରିପୋର୍ଟରୁ ପ୍ରକାଶ ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଷ୍ଟ୍ରପତି ପଦ ଦୌଡ଼ରୁ ଓହରି ଯାଇପାରନ୍ତି। ସେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ସମର୍ଥନ କରିବେ ନାହିଁ। ବୋଧହୁଏ ସେ ଏକ […] The post ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌ appeared first on Dharitri Odia News.

ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌

ଓ୍ବାଶିଂଟନ,୧୯ା୭: ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ପଛକୁ ଫେରିଯିବେ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ।

President Biden to withdraw from 2024 presidential race reports President Joe Biden : जो बाइडेन नहीं लड़ेंगे अमेरिका में राष्ट्रपति पद का चुनाव, नाम लेंगे वापस

ଏକ ରିପୋର୍ଟରୁ ପ୍ରକାଶ ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଷ୍ଟ୍ରପତି ପଦ ଦୌଡ଼ରୁ ଓହରି ଯାଇପାରନ୍ତି। ସେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ସମର୍ଥନ କରିବେ ନାହିଁ। ବୋଧହୁଏ ସେ ଏକ ଖୋଲା ପ୍ରକ୍ରିୟାକୁ ସମର୍ଥନ କରିବେ, ଯାହା ଅନ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ବାଟ ଖୋଲିବ। ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ୍‌ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ରାଷ୍ଟ୍ରପତିଙ୍କ ବିତର୍କରେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍‌ଙ୍କ ଠାରୁ ଭାରୀ ଥିବା ଦେଖିବାକୁ ମିଳିଥିଲା। ଯାହା ପରେ ବାଇଡେନ୍‌ଙ୍କ ସ୍ବାସ୍ଥ୍ୟ ଏବଂ ଖରାପ ପ୍ରଦର୍ଶନ ବିଷୟରେ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ବାଇଡେନ୍‌ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଦୌଡ଼ରୁ ପ୍ରତ୍ୟାହାର ଘୋଷଣା କରିବେ। ଅନ୍ୟପକ୍ଷରେ ବାଇଡେନ ନିର୍ବାଚନ ଲଢ଼ିଲେ ଆଉ ଜିତିପାରିବେନି ଜାଣି ଏଥିରୁ ଓହରି ଯାଉଥିବାର ମଧ୍ୟ ଚର୍ଚ୍ଚା ହେଉଛି।

The post ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌ appeared first on Dharitri Odia News.