ଢେଙ୍କାନାଳରେ ଭୋଟ ଦେଲେ ତଥାଗତ
ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି। କଙ୍କଡ଼ାହାଡ଼ ବ୍ଲକର ବାଘମୁଣ୍ଡା ଗ୍ରାମର ୬୫ ନମ୍ବର ବୁଥ ଅଂଚଳରେ ରାସ୍ତା ପାଇଁ ଭୋଟ ବର୍ଜନ ହୋଇଛି। ଢେଙ୍କାନାଳ ସହର କୁଞ୍ଜକାନ୍ତ ପ୍ରାଥମିକ ସ୍କୁଲର ୧୭୨, ଜୁବୁଲି ଟାଉନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୬ ନଂ ବୁଥରେ ସକାଳେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। […] The post ଢେଙ୍କାନାଳରେ ଭୋଟ ଦେଲେ ତଥାଗତ appeared first on Dharitri Odia News.
ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି। କଙ୍କଡ଼ାହାଡ଼ ବ୍ଲକର ବାଘମୁଣ୍ଡା ଗ୍ରାମର ୬୫ ନମ୍ବର ବୁଥ ଅଂଚଳରେ ରାସ୍ତା ପାଇଁ ଭୋଟ ବର୍ଜନ ହୋଇଛି। ଢେଙ୍କାନାଳ ସହର କୁଞ୍ଜକାନ୍ତ ପ୍ରାଥମିକ ସ୍କୁଲର ୧୭୨, ଜୁବୁଲି ଟାଉନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୬ ନଂ ବୁଥରେ ସକାଳେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଢେଙ୍କାନାଳ ସହର କୁଜଂକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରର ୧୭୧ ନଂ ବୁଥ୍ରେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଓ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ମତଦାନ କରିଥିଲେ। ଏହି ବୁଥ୍ରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ ପ୍ରଥମ କରି ମତଦାନ କରିଥିଲେ ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଓ ରାଣୀ ସାବିତ୍ରୀ ଦେବୀ ଜୁବୁଲି ଟାଉନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୭୭ ନମ୍ବର ବୁଥ ଓ ଭାଜପା ଏମ୍ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୧୭୮ ନମ୍ବର ବୁଥ୍ରେ ମତଦାନ କରିଥିଲେ । ସେହିପରି ମିନାବଜାର କୁମ୍ଭାର ସାହି ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୮୬ ନଂ ବୁଥ୍ରେ ବିଜେଡ଼ି ଏମ୍ପି ପ୍ରାର୍ଥୀ ଡା ଅବିନାଶ ସାମଲ ଓ ଢେଙ୍କାନାଳ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବିଧାୟକ ସୁଧୀର କୁମାର ସାମଲ ମତଦାନ କରିଥିଲେ ।
ସେହିପରି ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ନୁଆବଗ ପଞ୍ଚାୟତ ବାହାଲୁଣ୍ଡା ଗ୍ରାମର ୧୩୬ ନଂ ବୁଥ୍ରେ ଭାଜପା ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।
The post ଢେଙ୍କାନାଳରେ ଭୋଟ ଦେଲେ ତଥାଗତ appeared first on Dharitri Odia News.