ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…
ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ ପଦ ସମ୍ଭାଳିବେ। ତେବେ ଆତିଶୀ ବର୍ତ୍ତମାନ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଦିଲ୍ଲୀ ରାଜନୀତିରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଭାଜପା ନେତା କଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜ ଯିଏକି ୧୯୯୮ରେ ୫୨ଦିନ ପଦ ସମ୍ଭାଳିଥିଲେ। ଏହାପରେ କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତ ଯିଏକି ୧୯୯୮ରୁ […] The post ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ ପଦ ସମ୍ଭାଳିବେ। ତେବେ ଆତିଶୀ ବର୍ତ୍ତମାନ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଦିଲ୍ଲୀ ରାଜନୀତିରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଭାଜପା ନେତା କଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜ ଯିଏକି ୧୯୯୮ରେ ୫୨ଦିନ ପଦ ସମ୍ଭାଳିଥିଲେ। ଏହାପରେ କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତ ଯିଏକି ୧୯୯୮ରୁ ୨୦୧୩ ଯାଏଁ ପ୍ରାୟ ୧୫ବର୍ଷ ଧରି ଶାସନ ଚଳାଥିଲେ। ଏହାପରେ କେଜରିଓ୍ବାଲ ଦିଲ୍ଲୀର ମଙ୍ଗ ଧରିଥିଲେ। ତେବେ ଏତେଦିନର ବ୍ୟବଧାନ ପରେ ଦିଲ୍ଲୀକୁ ଜଣେ ମହିଳା ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛନ୍ତି। ଯିଏକି ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ତେବେ ଆତିଶୀ ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବାକୁ ଯାଉଥିବାବେଳେ ଏବେଯାଏଁ ସବୁଠାରୁ କମ୍ ବୟସର ମୁଖ୍ୟମନ୍ତ୍ରୀ ଭାବେ ମାୟାବତୀ ରେକର୍ଡ କରିଛନ୍ତି। ସେ ମାତ୍ର ୩୯ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ସେହିପରି ଜଣେ ମହିଳା ନେତା ଭାବେ ସେ ଅଖିଳେଶ ଯାଦବ ଓ ଯୋଗୀ ଆଦିତ୍ୟନାଥଙ୍କ ପରି ମୁଖ୍ୟମନ୍ତ୍ରୀ ଭାବେ ନିଜ ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି।
ମାୟାବତୀଙ୍କ ବ୍ୟତୀତ ଆଉଜଣେ ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେଲେରାବରି ଦେବୀ। ଯିଏକି ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ତ୍ରୀ ଅଟନ୍ତି। ଚାରା ଘୋଟାଲା ଅଭିଯୋଗରେ ନିଜ ସ୍ବାମୀଙ୍କ ଗିରଫଦାରୀ ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ସେତେବେଳେ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା। ସେ ୨୦୦୫ଯାଏଁ ବିହାରରେ ଶାସନ ଭାର ସମ୍ଭାଳିଥିଲେ।
ଏଆଇଡିଏମକେର ଡାଇନାମିକ୍ ନେତ୍ରୀ ଜୟଲଳିତା ୧୯୯୧ରେ ମାତ୍ର ୪୩ବର୍ଷ ବୟସରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିଥିଲେ। ଯଦିଓ ତାଙ୍କ କାର୍ଯ୍ୟକାଳ ବହୁ ବବାଦ ଘେରରେ ରହିଥିଲା। ୨୦୧୪ ସେପ୍ଟେମ୍ବର ୨୯ରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ସେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦ ଥିବାବସ୍ଥାରେ ଅଭିଯୁକ୍ତ ହୋଇ ଗିରଫ ହେବାରେ ସେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହପିରି ୩୮ବର୍ଷ ବୟସରେ ଶଶିକଳା କାକୋଡକର ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ନନ୍ଦିନୀ ଶତପଥୀ ୪୧ବର୍ଷ ବୟସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।
The post ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ… appeared first on Dharitri Odia News.