ବାର୍‌ ଆସୋସିଏସନ ନିର୍ବାଚନ: ସଭାପତି ପଦବୀ ପାଇଁ ୨ ପ୍ରତିଦ୍ୱନ୍ଦୀ

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)- ଶନିବାର ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ହେଉଛି। ଏହିଭଳି ଭଞ୍ଜନଗର ବାର ଆସୋସିଏସନ ପାଇଁ ମଧ୍ୟ ଶନିବାର ନିର୍ବାଚନ ହେବ। ଏଥିପାଇଁ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଫଳାଫଳ ଘୋଷଣା ହେବ। ଭଞ୍ଜନଗର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଦୁଇଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନେ ହେଲେ ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ଶହଶ୍ରାନ୍ସୁ ରାଉତ। ଏଥିସହ ଉପସଭାପତି ପଦବୀ ପାଇଁ ସନ୍ତୋଷ ବେହେରା ଓ ନିଶାକର […] The post ବାର୍‌ ଆସୋସିଏସନ ନିର୍ବାଚନ: ସଭାପତି ପଦବୀ ପାଇଁ ୨ ପ୍ରତିଦ୍ୱନ୍ଦୀ appeared first on Dharitri Odia News.

ବାର୍‌ ଆସୋସିଏସନ ନିର୍ବାଚନ: ସଭାପତି ପଦବୀ ପାଇଁ ୨ ପ୍ରତିଦ୍ୱନ୍ଦୀ

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)- ଶନିବାର ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ହେଉଛି। ଏହିଭଳି ଭଞ୍ଜନଗର ବାର ଆସୋସିଏସନ ପାଇଁ ମଧ୍ୟ ଶନିବାର ନିର୍ବାଚନ ହେବ। ଏଥିପାଇଁ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଫଳାଫଳ ଘୋଷଣା ହେବ। ଭଞ୍ଜନଗର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଦୁଇଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନେ ହେଲେ ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ଶହଶ୍ରାନ୍ସୁ ରାଉତ। ଏଥିସହ ଉପସଭାପତି ପଦବୀ ପାଇଁ ସନ୍ତୋଷ ବେହେରା ଓ ନିଶାକର ପାତ୍ର, କୋଷଧ୍ୟକ୍ଷା ପଦବୀ ପାଇଁ ସଂଗ୍ରାମ ମିଶ୍ର, ହିମାଂଶୁ କୁମାର ମହାରଣା ପ୍ରତିଦ୍ବନ୍ଦିତା କରୁଛନ୍ତି। ଅନ୍ୟପକ୍ଷରେ ଯୁଗ୍ମ ସମ୍ପାଦକ ଭାବେ ଗିରିଜା ଶଙ୍କର ଭୂୟାଁ ଏବଂ ସମ୍ପାଦକ ଭାବେ ଜ୍ୟୋତିରାଜ ପତି ନିର୍ଦର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ
ଲଡୁ କିଶୋର ଆଳତିଆ ଥିବାବେଳେ ତାଙ୍କୁ ତ୍ରିନାଥ ମଳିକ, ସ୍ନିଗ୍ଧା ଦାସ, ଜ୍ୟୋତି ରଞ୍ଜନ ପ୍ରଧାନ ସହଯୋଗ କରୁଛନ୍ତି।

The post ବାର୍‌ ଆସୋସିଏସନ ନିର୍ବାଚନ: ସଭାପତି ପଦବୀ ପାଇଁ ୨ ପ୍ରତିଦ୍ୱନ୍ଦୀ appeared first on Dharitri Odia News.