ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା…
ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ… – ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍ ଟୋନ୍ ଲାଇଟ୍ ହୋଇଥାଏ। ଏହା ସ୍କିନ୍କୁ ସ୍ପଟ୍ଲେସ୍ କରିବା ସହ ସ୍କିନ୍ଟୋନ୍ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ। – ଶଜନାଶାଗରେ କୋଲାଜେନ୍ ପ୍ରୋଟିନ୍ ଭରି ରହିଛି। ତେଣୁ ଏହା ଖାଇବା ଯେତିକି ଭଲ ଲଗାଇବା ସେତିକି ଲାଭଦାୟକ। ଏହାର ପେଷ୍ଟ ଲଗାଇବା […] The post ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା… appeared first on Dharitri Odia News.
ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ…
– ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍ ଟୋନ୍ ଲାଇଟ୍ ହୋଇଥାଏ। ଏହା ସ୍କିନ୍କୁ ସ୍ପଟ୍ଲେସ୍ କରିବା ସହ ସ୍କିନ୍ଟୋନ୍ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।
– ଶଜନାଶାଗରେ କୋଲାଜେନ୍ ପ୍ରୋଟିନ୍ ଭରି ରହିଛି। ତେଣୁ ଏହା ଖାଇବା ଯେତିକି ଭଲ ଲଗାଇବା ସେତିକି ଲାଭଦାୟକ। ଏହାର ପେଷ୍ଟ ଲଗାଇବା ଦ୍ୱାରା ସ୍କିନ୍ ଟାଇଟ୍ ଏବଂ ସୁନ୍ଦର ରହିଥାଏ।
– ଶଜନାଶାଗ ପ୍ୟାକ୍ ଲଗାଇଲେ ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍ ରଖିବା ସହ ଏଜିଂ ସମସ୍ୟା ଦୂରକରି ୟଙ୍ଗ୍ର ଲୁକ୍ ଦେଇଥାଏ। ଏହି ପ୍ୟାକ୍ ପ୍ରସ୍ତୁତ କରିବା ଲାଗି ଶଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ୧ ଚାମଚ ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ।
– ବ୍ରଣ ସମସ୍ୟା ଦୂରକରିବାରେ ଏହା ବେଶ୍ ଲାଭଦାୟକ। ଏଥିପାଇଁ ଶଜନାତେଲ ବ୍ୟବହାର କରନ୍ତୁ। କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି। ଶଜନାଶାଗକୁ ପେଷ୍ଟକରି ବି ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ।
– ଓଠ ପାଇଁ ସବୁଠୁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ ଶଜନାତେଲ; ଯେଉଁଥି ଲାଗି ବିଭିନ୍ନ ଲିପ୍ବାମ୍ ଏବଂ ଲିପ୍ କେୟାର ପ୍ରଡକ୍ଟଗୁଡ଼ିକରେ ଏହାକୁ ବ୍ୟବହାର କରାଯାଇଥାଏ।
The post ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା… appeared first on Dharitri Odia News.