ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ବିଧାୟକଙ୍କୁ ନିବେଦନ କଲେ ନବୀନ
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ବିଧାୟକ । ଆଜି ଅପରାହ୍ନରେ ନବୀନ ନିବସରେ ପହଞ୍ଚି... The post ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ବିଧାୟକଙ୍କୁ ନିବେଦନ କଲେ ନବୀନ appeared first on .
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ବିଧାୟକ । ଆଜି ଅପରାହ୍ନରେ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବନିର୍ବାଚିତ ବିଧାୟକ। ପୁଣି ଜନସେବା କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ଜନସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଓଡ଼ିଶାର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିବାକୁ ସମସ୍ତ ବିଧାୟକଙ୍କୁ ନିବେଦନ କରିଛନ୍ତି । ୨୪ ବର୍ଷ ତଳେ ରାଜ୍ୟ ୭୦ ପ୍ରତିଶତ ଗରିବୀ ରେଖାତଳେ ରହିଥିବା ବେଳେ ଆଜି ୧୦ ପ୍ରତିଶତକୁ ଖସି ଆସିଛି । ଏହା ବିଜେଡି ଶାସନ କାଳରେ ସମ୍ଭବ ହୋଇଛି । ଏଭଳି ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ସେପଟେ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ପରାଜୟର ବିଭିନ୍ନ କାରଣ ବିଷୟରେ ସମୀକ୍ଷା କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏହାସହ ଦଳ କିଭଳି ଆଗକୁ ବଢିବ, ବରୋଧୀ ଦଳର କ`ଣ ଭୂମିକା ରହିବ ସେନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି । ଆଜିର ଏହି ସକ୍ଷାତକାରରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ରେଙ୍ଗାଳି ବିଧାୟକ ସତ୍ୟନ୍ଦ୍ର ହରିପାଲ, ଜୟଦେବ ବିଧାୟକ ନବ ମଲ୍ଲିକ, ବାଙ୍କୀ ବିଧାୟକ ଦେବି ତ୍ରିପାଠୀ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନବୀନ ନିବାସରେ ଉପସ୍ଥିତ ରହିଥିଲେ ।
ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ ଦେବଗଡ଼ ବିଧାୟକ ରିମାଞ୍ଚ ରଞ୍ଜନ ବିଶ୍ୱାଳ, ଭୋଗରାଇ ବିଧାୟକ ଗୌତମ ବୁଧଦାସ, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଲିଗୁଡା ଚକ୍ରମଣି କହଁର, ଘସିପୁରା ବିଧାୟକ ବଦ୍ରି ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ ।
The post ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ବିଧାୟକଙ୍କୁ ନିବେଦନ କଲେ ନବୀନ appeared first on .