ହିଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କଲା ଇସ୍ରାଏଲ; ଏୟାର ଷ୍ଟ୍ରାଇକ୍ରେ ଟପ୍ କମାଣ୍ଡରର ମୃତ
ନୂଆଦିଲ୍ଲୀ: ଲେବାନନ ଚରମପନ୍ଥୀ ସଂଗଠନ ହିଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କଲା ଇସ୍ରାଏଲ୍। ସୋମବାର ଇସ୍ରାଏଲ୍ର ଲେବାନନରେ ଥିବା ହିଜବୁଲ୍ଲା ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ହିଜବୁଲା ସେନାବାହିନୀ ‘ରାଡୱାନ’ର ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ହିଜବୁଲ୍ଲା ସେନା ସଂଗଠନ ରାଜୱାନ ଫୋର୍ସର ଏକ ୟୁନିଟ୍ର ଉପମୁଖ୍ୟ ୱିସାମ ଅଲ-ତାୱିଲ ଓ ଅନ୍ୟ ଜଣଙ୍କର ଏୟାର ଷ୍ଟ୍ରାଇକ୍ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୋମବାର ଲେବାନନ ମାଜଦଲ ସେଲ୍ମ ଗାଁରେ କାର୍ ନେଇ ଯାଉଥିବା ବେଳେ ଏୟାର ଷ୍ଟ୍ରାଇକ୍ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଅକ୍ଟୋବର ୭ ତାରିଖେ ଇସ୍ରାଏଲ-ହମାସ ଯୁଦ୍ଧ ପର ଠାରୁ ଲେବାନନ ଓ ଇସ୍ରାଏଲ ମଧ୍ୟ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବୋମା ବର୍ଷରେ ଏପର୍ଯ୍ୟନ୍ତ ୧୩୦ ହିଜବୁଲ୍ଲା ଫାଇଟରଙ୍କର ମୃତ୍ୟୁ ହେଲାଣି। ସେହିପରି ସିରିଆରେ ଅନ୍ୟ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଯୁଦ୍ଧ ପରିସ୍ଥିତି ଭିତରେ ହିଜବୁଲ୍ଲା ସେକ୍ରେଟାରୀ ଜେନେରାଲ ସୟଦ ହସନ ନସରଲ୍ଲାହ ଇସ୍ରାଏଲ୍କୁ ଚେତାବନୀ ଦେଇଛି। ଗତ ସପ୍ତାହରେ ଟିଭି ମାଧ୍ୟମରେ ପ୍ରତିକ୍ରିୟା ଦେଇ ନସରଲ୍ଲାହ ପୂର୍ଣ୍ଣକାଳୀନ ଆକ୍ରମଣ ନ କରିବାକୁ କହିଛି। ଯିଏ ଆମ ସହ ଯୁଦ୍ଧ କରିବାକୁ ଭାବି ସେ ପସ୍ତେଇବ ବୋଲି ନସରଲ୍ଲାହ କହିଛନ୍ତି। The post ହିଜବୁଲ୍ଲା ଉପରେ ଆକ
ନୂଆଦିଲ୍ଲୀ: ଲେବାନନ ଚରମପନ୍ଥୀ ସଂଗଠନ ହିଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କଲା ଇସ୍ରାଏଲ୍। ସୋମବାର ଇସ୍ରାଏଲ୍ର ଲେବାନନରେ ଥିବା ହିଜବୁଲ୍ଲା ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ହିଜବୁଲା ସେନାବାହିନୀ ‘ରାଡୱାନ’ର ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି।
ହିଜବୁଲ୍ଲା ସେନା ସଂଗଠନ ରାଜୱାନ ଫୋର୍ସର ଏକ ୟୁନିଟ୍ର ଉପମୁଖ୍ୟ ୱିସାମ ଅଲ-ତାୱିଲ ଓ ଅନ୍ୟ ଜଣଙ୍କର ଏୟାର ଷ୍ଟ୍ରାଇକ୍ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୋମବାର ଲେବାନନ ମାଜଦଲ ସେଲ୍ମ ଗାଁରେ କାର୍ ନେଇ ଯାଉଥିବା ବେଳେ ଏୟାର ଷ୍ଟ୍ରାଇକ୍ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ଅକ୍ଟୋବର ୭ ତାରିଖେ ଇସ୍ରାଏଲ-ହମାସ ଯୁଦ୍ଧ ପର ଠାରୁ ଲେବାନନ ଓ ଇସ୍ରାଏଲ ମଧ୍ୟ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବୋମା ବର୍ଷରେ ଏପର୍ଯ୍ୟନ୍ତ ୧୩୦ ହିଜବୁଲ୍ଲା ଫାଇଟରଙ୍କର ମୃତ୍ୟୁ ହେଲାଣି। ସେହିପରି ସିରିଆରେ ଅନ୍ୟ ୧୯ ଜଣଙ୍କର ମୃତ୍ୟୁ ହୋଇଛି।
ଯୁଦ୍ଧ ପରିସ୍ଥିତି ଭିତରେ ହିଜବୁଲ୍ଲା ସେକ୍ରେଟାରୀ ଜେନେରାଲ ସୟଦ ହସନ ନସରଲ୍ଲାହ ଇସ୍ରାଏଲ୍କୁ ଚେତାବନୀ ଦେଇଛି। ଗତ ସପ୍ତାହରେ ଟିଭି ମାଧ୍ୟମରେ ପ୍ରତିକ୍ରିୟା ଦେଇ ନସରଲ୍ଲାହ ପୂର୍ଣ୍ଣକାଳୀନ ଆକ୍ରମଣ ନ କରିବାକୁ କହିଛି। ଯିଏ ଆମ ସହ ଯୁଦ୍ଧ କରିବାକୁ ଭାବି ସେ ପସ୍ତେଇବ ବୋଲି ନସରଲ୍ଲାହ କହିଛନ୍ତି।
The post ହିଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କଲା ଇସ୍ରାଏଲ; ଏୟାର ଷ୍ଟ୍ରାଇକ୍ରେ ଟପ୍ କମାଣ୍ଡରର ମୃତ appeared first on Prameya News7.