ଘରୋଇ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର

ଇଭି ଚାର୍ଜିଂ ପାଇଁ ୟୁନିଟ୍‌ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରି-ପେଡ୍‌ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ।

ଘରୋଇ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ୍‌ ହୋଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ବିପିଏଲ ଉପଭୋକ୍ତଙ୍କୁ ୩୦ ୟୁନିଟ୍‌ ପିଛା ୮୦ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଥିଲା। ସେଥିରେ ୧୦ ଟଙ୍କା ହ୍ରାସ କରାଯାଇଛି। ଅର୍ଥାତ ଏବେ ଉପଭୋକ୍ତାଙ୍କୁ ୮୦ ଟଙ୍କା ବଦଳରେ ୭୦ ଟଙ୍କା ଦେବାକୁ ପଡ଼ିବ। ଏହାଦ୍ୱାରା ଦାରିଦ୍ର୍ୟ ସୀମା ରେଖାତଳେ ବସବାସ କରୁଥିବା ଉପଭୋକ୍ତାମାନେ ବିଶେଷ ଉପକୃତ ହେବେ।

ଯେଉଁ ଉପଭୋକ୍ତମାନେ କାଗଜ ବିଲ୍‌ ବଦଳରେ ଇ-ବିଲ୍‌ ନେବେ, ସେମାନଙ୍କୁ ୧୦ ଟଙ୍କା ଲେଖାଏଁ ରିବେଟ୍‌ ଦିଆଯିବ। ଏହାଛଡ଼ା ବୈଦ୍ୟୁତିକ ଯାଜ ଚାର୍ଜ ପାଇଁ ପୂର୍ବରୁ ୟୁନିଟ୍‌ ପିଛା ୫ ଟଙ୍କା ୫୦ ପଇସା ଥିଲା। ସେଥିରେ ହ୍ରାସ୍‌ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ ୫ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିବାରେ ଆଗରୁ ୨% ରିବେଟ୍‌ ଦିଆଯାଉଥିଲା। ଏବେ ୨ ବଦଳରେ ୪% ରିବେଟ ଦେବା ପାଇଁ ଆୟୋଗ ଘୋଷଣା କରିଛନ୍ତି। ଶୀତଳ ଭଣ୍ଡାର ପାଇଁ ପୂର୍ବରୁ ୟୁନିଟ୍‌ ପିଛା ୪ ଟଙ୍କା ୬୦ ପଇସା ଦେବାକୁ ପଡ଼ୁଥିଲା। ସେଥିରେ ୧.୬୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ଶୀତଳ ଭଣ୍ଡାର ପାଇଁ ୟୁନିଟ୍‌ ପିଛା ୩ ଟଙ୍କା ଦେବାକୁ ପଡ଼ିବ ବୋଲି ଆୟୋଗ ଘୋଷଣା କରିଛନ୍ତି।

ସେହିପରି ମେଗା ଲିପ୍‌ଟ ଇରିଗେସନ୍‌ ଉପଭୋକ୍ତଙ୍କୁ ଟାରିଫରେ ୨ ଟଙ୍କା ଲେଖାଏଁ ରିବେଟ୍‌ ଦିଆଯାଇଛି। ଯାହାଫଳରେ ସେମାନେ ୟୁନିଟ୍‌ ପିଛା ୩ ଟଙ୍କା ୮୦ ପଇସା ଲେଖାଏଁ ଇଏସ୍‌ଟିରେ ପାଇବେ। ଧାର୍ଯ୍ୟ ସମୟରେ ଗ୍ରାମାଞ୍ଚଳ(LT) ଉପଭୋକ୍ତ ବିଲ୍‌ ପୈଠ କଲେ ଟାରିଫରେ ୧୦ ପଇସା ରିବେଟ ଦିଆଯାଇଛି। ତା’ଛଡ଼ା ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ମଧ୍ୟ ଟାରିଫ ହ୍ରାସ କରାଯାଇଛି। ସେମାନେ ୧୦ ପଇସା ଲେଖାଏଁ ଟାରିଫରେ ରିବେଟ୍‌ ଦିଆଯାଇଛି।