ଛତିଶଗଡ଼-ପଶ୍ଚିମବଙ୍ଗକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ବାଲିଗୁଡା, ୧୪।୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ପୋଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଏକ ବଡ଼ ଯୋଜନାକୁ ଭଣ୍ଡୁର କରିଛି। ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ଯୋଜନା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପରମପାଙ୍ଗା ପଞ୍ଚାୟତର କିଲୁପଡା ଗ୍ରାମରେ […] The post ଛତିଶଗଡ଼-ପଶ୍ଚିମବଙ୍ଗକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ appeared first on Dharitri Odia News.
ବାଲିଗୁଡା, ୧୪।୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ପୋଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଏକ ବଡ଼ ଯୋଜନାକୁ ଭଣ୍ଡୁର କରିଛି। ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ଯୋଜନା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପରମପାଙ୍ଗା ପଞ୍ଚାୟତର କିଲୁପଡା ଗ୍ରାମରେ ପୋଲିସ ଅଚାନକ ପହଞ୍ଚି ଗଞ୍ଜେଇ ଚାଲାଣକୁ ଭଣ୍ଡୁର କରିଛନ୍ତି। ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଶୁକ୍ରବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ପ୍ରକାଶ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, କିଲୁପଡା ଗ୍ରାମର ପୂଜୁରା ଦିଗାଲ ଓ ପାଉଲ ଦିଗାଲଙ୍କ ବାଡ଼ି ପଛ ପାଖ ଜଙ୍ଗଲରେ ୬ ଟି ବସ୍ତାରେ ୧୧୭ କେଜି ଗଞ୍ଜେଇ ସହ ପ୍ୟାକିିଙ୍ଗ କରିବା ପାଇଁ ନିକଟରେ ଥିବା କିଛି ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ୟାକିିଙ୍ଗ କରୁଥିବା ସମୟରେ ଜବତ ହୋଇଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ଘଟଣା ସ୍ଥଳରେ ଗଞ୍ଜେଇ ପେକିଙ୍ଗ କରୁଥିବା ପୂଜୁରା ଦିଗାଲଙ୍କୁ ପୋଲିସ କେଶ ନଂ. ୫୦/୨୫ ପ୍ରକାରେ ଗିରଫ କରିଥିବା ବେଳେ ପାଉଲ ଦିଗାଲ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି l ଏହି ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସୱାଇଁ ଓ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ସାହୁ ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ l ତଦନ୍ତ ବେଳେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟରୁ କିଛି ଗାଡି ଗଞ୍ଜେଇ ନେବା ପାଇଁ ଆସି ଅଜଣା ସ୍ଥାନରେ ରହିଥିଲେ ବୋଲି ଜଣାପଡିଥିବା ବିଷୟ ଶୁଣିବାକୁ ପାଇଥିଲେ l ଏହି ଗଞ୍ଜେଇ ଚାଲାଣ ଘଟଣାରେ ଆଉ କେଉଁ କେଉଁ ବ୍ୟକ୍ତି ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ପୁଲିସ ଅଧିକ ତଦନ୍ତ ଅବ୍ୟାହତ ରଖିବା ସହ ବେଆଇନ ଗଞ୍ଜେଇ ଚାଷ କରିବା ଅପରାଧ, ଚାଷ କରୁଥିବା ବ୍ୟକ୍ତି ଓ ବିକ୍ରି ପାଇଁ ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଣୁ ଏଥିରେ ନିଜର କ୍ଷତି ହେବ ସହ ପରିବାର ଲୋକଙ୍କ ମଧ୍ୟ କ୍ଷତି ଘଟୁଛି । ଏଣୁ ଏଥିରୁ ନିବୃତ ରହି ସରକାରଙ୍କ ତରଫରୁ ପ୍ରୋତ୍ସାହନ ଜରିଆରେ କନ୍ଧମାଳ ଜିଲାରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାଷୀଙ୍କୁ କୁହାଯାଉଛି, ଏହା ଦ୍ୱାରା ଚାଷୀ ମାନେ ଅଧିକ ଲାଭବାନ ହେଉଛନ୍ତି ଏଣୁ ସମସ୍ତେ ଗଞ୍ଜେଇ ଚାଷ ଛାଡି ଷ୍ଟ୍ରବେରି ଚାଷ ପାଇଁ ମନ ବଳାନ୍ତୁ ବୋଲି ଏସଡିପିଓ ରାମେନ୍ଦ୍ର ପ୍ରସାଦ ମତ ପ୍ରକାଶ କରିଛନ୍ତି।
The post ଛତିଶଗଡ଼-ପଶ୍ଚିମବଙ୍ଗକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ appeared first on Dharitri Odia News.