କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ ଆଞ୍ଜେଲ ବୋରାଲିଭ ଏସବୁ କଳାକୃତିକୁ ତିଆରି କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରିରେ ସେ କାମ କରୁଥିଲେ ହେଁ ତାଙ୍କର ରୁଚି କଖାରୁ ଖୋଦେଇ କରି ସୁନ୍ଦର ସୁନ୍ଦର ଚଢେଇ କଳାକୃତି ଗଢିବା। ସେ ଏହାକୁ ଏତେ ନିଖୁଣଭାବେ କରନ୍ତି ଯେ, କଳାକୃତିଗୁଡିକ ବେଶ୍‌ ଜୀବନ୍ତ ଲାଗନ୍ତି। ବିଶ୍ୱାସ କରିହେବନି […] The post କଖାରୁରେ ଚଢ଼େଇ appeared first on Dharitri Odia News.

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ ଆଞ୍ଜେଲ ବୋରାଲିଭ ଏସବୁ କଳାକୃତିକୁ ତିଆରି କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରିରେ ସେ କାମ କରୁଥିଲେ ହେଁ ତାଙ୍କର ରୁଚି କଖାରୁ ଖୋଦେଇ କରି ସୁନ୍ଦର ସୁନ୍ଦର ଚଢେଇ କଳାକୃତି ଗଢିବା। ସେ ଏହାକୁ ଏତେ ନିଖୁଣଭାବେ କରନ୍ତି ଯେ, କଳାକୃତିଗୁଡିକ ବେଶ୍‌ ଜୀବନ୍ତ ଲାଗନ୍ତି। ବିଶ୍ୱାସ କରିହେବନି ଯେ, ସେସବୁ କଖାରୁରେ ତିଆରି ବୋଲି। ହଂସ, ବତକ, ଚିଲ, କୁକୁଡାଠୁ ଆରମ୍ଭ କରି ନାନା ପ୍ରଜାତିର ସୁନ୍ଦର ସୁନ୍ଦର ଚଢ଼େଇର କଳାକୃତି ସେ କଖାରୁ ଖୋଦେଇ କରି ତିଆରି କରିଥାନ୍ତି। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବି ସେ ଏହି କଳାକୃତିର ଫଟୋ ଓ ଭିଡ଼ିଓ ଶେୟାର କରନ୍ତି। ସେସବୁକୁ ଲୋକେ ବହୁତ ପସନ୍ଦ ବି କରନ୍ତି।

The post କଖାରୁରେ ଚଢ଼େଇ appeared first on Dharitri Odia News.