Paris Olympics 2024: ଫାଇନାଲରେ ସୁଟର ମନୁ ଭାକର
ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ମନୁ ଭାକର ପ୍ରଥମ ସିରିଜରେ ୯୭, ଦ୍ୱିତୀୟରେ ୯୭, ତୃତୀୟରେ ୯୮, ଚତୁର୍ଥରେ ୯୬, ପଞ୍ଚମରେ ୯୬ ଏବଂ ଷଷ୍ଠରେ ୯୬ ପଏଣ୍ଟ ହାସଲ କରିଥିଲେ। ମନୁଭାକରଙ୍କ ଫାଇନାଲ ୨୮ ତାରିଖ […] The post Paris Olympics 2024: ଫାଇନାଲରେ ସୁଟର ମନୁ ଭାକର appeared first on Dharitri Odia News.
ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ।
ମନୁ ଭାକର ପ୍ରଥମ ସିରିଜରେ ୯୭, ଦ୍ୱିତୀୟରେ ୯୭, ତୃତୀୟରେ ୯୮, ଚତୁର୍ଥରେ ୯୬, ପଞ୍ଚମରେ ୯୬ ଏବଂ ଷଷ୍ଠରେ ୯୬ ପଏଣ୍ଟ ହାସଲ କରିଥିଲେ। ମନୁଭାକରଙ୍କ ଫାଇନାଲ ୨୮ ତାରିଖ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ।
୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅନ୍ୟତମ ଭରରତୀୟ ପ୍ରତିଯୋଗୀ ରିଦମ ସଙ୍ଗୱାନ ନିରାଶ କରିଛନ୍ତି। ରିଦମ ୫୭୩ ପଏଣ୍ଟ ସହିତ ୧୫ ତମ ସ୍ଥାନରେ ରହିଥିଲେ। ୨୨ ବର୍ଷୀୟ ମନୁ ଭାକର ଟୋକିଓ ଅଲମ୍ପିକ୍ସରେ କିଛି ଖାସ କରିପାରି ନ ଥିଲେ, କିନ୍ତୁ ଏଥର ସେ ନିଜ ପ୍ରଦର୍ଶନ ଉନ୍ନତ କରିବାକୁ ଚାହିଁବେ। ଚଳିତ ସଂସ୍କରଣରେ ସେ ୧୦ ମିଟର ଏୟାର ପିସ୍ତଲ, ୨୫ ମିଟର ପିସ୍ତଲ ଏବଂ ୧୦ ମିଟର ପିସ୍ତଲ ଯୁଗଳ ଦଳ ସମେତ ତିନୋଟି ଇଭେଣ୍ଟରେ ପ୍ରତିଯୋଗୀତା କରୁଛନ୍ତି।
Update: 10M AIR PISTOL WOMEN’S QUALIFICATION Results
![]()
– @realmanubhaker finished 3rd with a score of 580
– @SangwanRhythm finished 15th with a total score of 573Manu Bhaker qualified for the finals, also shooting the highest number of Perfect Scores (27). pic.twitter.com/OyD3tqeOkQ
— SAI Media (@Media_SAI) July 27, 2024
The post Paris Olympics 2024: ଫାଇନାଲରେ ସୁଟର ମନୁ ଭାକର appeared first on Dharitri Odia News.
Update: 10M AIR PISTOL WOMEN’S QUALIFICATION Results