ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଦୀପାବଳି ପାଖାପାଖି ପିସିସି ସଭାପତି କିଏ ହେବେ ସେନେଇ ଘୋଷଣା ହୋଇଯିବ। ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ। ବିଜେଡି ଓ ଭାଜପାର ବହୁ ନେତା କଂଗ୍ରେସ ସହ ସଂପର୍କରେ ଅଛନ୍ତି। ନିର୍ବାଚନରେ ଲଢ଼ି ପରାସ୍ତ ହୋଇଥିବା ବହୁନେତା କଂଗ୍ରେସ ଆସିବେ। ବିଶେଷକରି ବିଜେଡିର ବହୁ […] The post ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା…. appeared first on Dharitri Odia News.

ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଦୀପାବଳି ପାଖାପାଖି ପିସିସି ସଭାପତି କିଏ ହେବେ ସେନେଇ ଘୋଷଣା ହୋଇଯିବ। ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ। ବିଜେଡି ଓ ଭାଜପାର ବହୁ ନେତା କଂଗ୍ରେସ ସହ ସଂପର୍କରେ ଅଛନ୍ତି। ନିର୍ବାଚନରେ ଲଢ଼ି ପରାସ୍ତ ହୋଇଥିବା ବହୁନେତା କଂଗ୍ରେସ ଆସିବେ। ବିଶେଷକରି ବିଜେଡିର ବହୁ ନେତା ଆସିବେ ବୋଲି ମୋକିମ କହିଛନ୍ତି।

ସେପଟେ ଗୁରୁବାର ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଆଉ କିଛି ରାଜ୍ୟ ସଭା ଏମ୍‌ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍‌ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା ନିଆଁ ଏବେ ଚାରିଆଡ଼େ ବ୍ୟାପୁଛି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ ବୋଲି ଅମର କହିଛନ୍ତି।

The post ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା…. appeared first on Dharitri Odia News.